ଆଉ କେତେ ଦିନ 
ତୁମ ମୁଖ ଚାହିଁ କାଟିବି ମୁଁ ଦିନ 
ହେ ଚକା ନୟନ.... ଆଉ କେତେଦିନ  ?
ଏ ଦେହ ବ୍ୟାଧିର ମନ୍ଦିର 
ଏଣୁତ ଦେଇଅଛ ବ୍ୟାଧି 
ବ୍ୟାଧିରେ ଗଲିଣି ମୁଁ ସଢି 
ଜୀବନ ପାଉନାହିଁ ଖୋଜି  
ଦାରୁଣ ହୁଅନାହିଁ ପ୍ରଭୁ 
ରୁହନା ମଉନ.... ହେ ଚକା ନୟନ  ।
ପ୍ରଭୁହେ ନୀଳାଚଳବାସୀ 
ପାପୀ ମୁଁ କିବା ଅବା ଦୋଷୀ 
ବିଚାର ଜ୍ଞାନ ନାହିଁ ମୋର 
ନାମ ଯା ହେଉଅଛି ଘୋଷି 
ହେ ପ୍ରଭୁ କରୁଣା ସାଗର 
ରୁହନା ମଉନ...... ହେ ଚକାନୟନ  ।
ତୁମେ ଯେ ଭୂବନ କରତା 
ମୋ ହୃଦ କାହାଣୀ କବିତା 
ଜଗତେ ଉଡେ କୀର୍ତ୍ତି ନେତ 
ବିଧାତା ମୋ ଭାଗ୍ୟ ବିଧତା 
ଶ୍ରୀପଦେ କରୁଛି ଜଣାଣ 
ରୁହନା ମଉନ.....ହେ ଚକା ନୟନ  ।
                
ଶରତ ଚନ୍ଦ୍ର ମହାପାତ୍ର 
କଣାସ, ପୁରୀ