କାର୍ତ୍ତିକ ମାସ ସନ୍ଧ୍ୟା ସମୟ  l ଟୁରିଷ୍ଟି ବସ ତୀର୍ଥ ଯାତ୍ରୀ ମାନଙ୍କୁ ନେଇ ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କଲା  l ସେ ବସରେ ୪୮ ଜଣ ଯାତ୍ରୀ ଯାତ୍ରା କରୁଥିଲେ  l ସମସ୍ତଙ୍କ ମନରେ ଆନନ୍ଦ, ଉଲ୍ଲାସ, ଉତ୍ସାହ ଭରି ରହିଥିଲା  l ବୃଦ୍ଧ ବୃଦ୍ଧା, ଯୁବକ ଯୁବତୀ, ଛୋଟ ପିଲା ମନେ ମଧ୍ୟ ଥିଲେ   l ପିଲା ମାନେ ଖୁସିରେ ହିପି ହିପି ହୁରେ କହୁ ଥିଲେ ତ ବୟସ୍କ ମାନେ ଜୟ ଜଗନ୍ନାଥ, ଜୟ ଜଗନ୍ନାଥ ଉଚ୍ଚାରଣ କରୁଥିଲେ  l ଖୁସିର ଲହରୀ ଛୁଟୁ ଥିଲା  ଯାତ୍ରୀ ମାନଙ୍କ ମନରେ   l ପୁରୀ ପହଞ୍ଚିବେ  l ଜାଗା କାଳିଆ ଚତୁର୍ଦ୍ଧା ମୃର୍ତ୍ତିଙ୍କୁ ଦର୍ଶନ କରିବେ l ଭକ୍ତ ଭଗବାନଙ୍କର ମିଳନ ହେବ  l ଶୋଷିତ ଆତ୍ମାର ପରି ତୃପ୍ତିଘଟିବ  l ବୟସ୍କ ମାନେ କେତେ କଣ ଭାବୁ ଥାନ୍ତି  l ଆଖିରେ ନାଚୁ ଥାଏ ଜାଗା କାଳିଆର କମନୀୟ ରୂପକାନ୍ତି  l ବସଟି ଦ୍ରୁତ ଗତିରେ ଆଗେଇ ଚାଲିଛି  l କିଛି ବାଟ ଗଲା ପରେ ଗାଡିଟିର ପାଣି ପାଇପି ଫାଟି ଯାଇ ଧୀରେ ଧୀରେ ସବୁ ପାଣି ବାହାରି ଗଲା  l ଗାଡିର ଇଞ୍ଜିନ ଗରମ ହୋଇ ଗଲା l ଏହା ସାଙ୍ଗକୁ ଗାଡିର ବ୍ରେକ ଲାଗିଲା ନାହିଁ  l ଗାଡିଟି ଭାରସାମ୍ୟ ହରାଇ ଗୋଟିଏ ଗଛରେ ପିଟି ହୋଇ ଗଲା  l ଲୋକଙ୍କର ଅବସ୍ଥା କହିଲେ ନ ସରେ  l କାହାର ମୁଣ୍ଡ ଫାଟି ରକ୍ତ ଝରିଲା ତ କାହାର ହାତ ଗୋଡ଼ ଭାଙ୍ଗିଲା  l କାହାର ଆଣ୍ଟର ମାଡ଼ ହେଲା  l ସମସ୍ତେ ଭୟରେ ଆତୁରତାରେ ପ୍ରାଣ ବିକଳରେ ଭଗବାନଙ୍କୁ ଡାକୁ ଥିଲେ  l ସାହାଯ୍ୟ ପାଇଁ ଚିତ୍କାର କରୁଥିଲେ l ମନୋଜ ନିଜ ପିତା ମାତାଙ୍କ ସହିତ ସେହି ବସରେ ଯାଉଥିଲା l ତାଙ୍କୁ ଅଳ୍ପ ଆଘାତ ବାଜି ଥିଲା  l ସେ ପ୍ରାଣ ପଣେ ଚେଷ୍ଟା କରି କିଛି ଲୋକଙ୍କୁ ବାହାର କରୁଥିଲା  l ଏହି ସମୟରେ ଗୋଟିଏ ଟ୍ରକ ସେହି ବାଟ ଦେଇ ଆସୁ ଥିବାର ଦେଖି ମନୋଜ ଟ୍ରକକୁ ଅଟକାଇଲା l  ସେଥିରେ ଡ୍ରାଇଭର, କ୍ଲିନର ଓ ଆଉ ଜଣେ ଲୋକ ଥିଲେ  l ସମସ୍ତେ ମିଶି ଆହତ ଲୋକ ମାନଙ୍କୁ ଟ୍ରକରେ ଚଢାଇଲେ l ହସ୍ପିଟାଲରେ ପହଞ୍ଚାଇଲେ l ଡାକ୍ତର ସମସ୍ତଙ୍କୁ ଚେକ ଅପ କରି ଔଷଧ ଦେଲେ  l ମନୋଜର ସାହସିକତା, ଧୈର୍ଯ୍ୟ ଓ ନିର୍ଭୟ ପାଇଁ ତାକୁ ଡାକ୍ତର ସମ୍ଭିତ ପଟନାୟକ ବହୁତ ପ୍ରଶଂସା କଲେ  l ବାସ୍ତବରେ ବିପଦ ସମୟରେ  କାତର ନ ହୋଇ ସାହସ ଧରିବା ଉଚିତ  l ପରିସ୍ଥିତିର ମୁକାବିଲା କରିବା ପାଇଁ ଧୈର୍ଯ୍ୟ ଏକାନ୍ତ ଆବଶ୍ୟକ l  କାତର ହୋଇ ବିଳାପ କଲେ ସମସ୍ୟାର ସମାଧାନ ହୁଏ ନାହିଁ  କି ମନୁଷ୍ୟକୁ ବିପଦରୁ ରକ୍ଷା ମିଳେ ନାହିଁ  l ଉପସ୍ଥିତ ବୃଦ୍ଧି ଖଟାଇ କାମ କଲେ ନିଶ୍ଚୟ ରକ୍ଷା ମିଳେ  l

ଗାନ୍ଧିନଗର, ନବରଙ୍ଗପୁର