
ମନ ବେଦନାକୁ କାଗଜ କାଳିରେ
ସତେ କିବା ଲେଖି ହୁଏ
ଅଲେଖା କାହାଣୀ ବେସୁରା ରାଗିଣୀ
ଲୁହ ହୋଇ ଝରିଯାଏ ।
ପରଦେଶୀ ସୁଖ କିଛିକ୍ଷଣ ଆସି
ବହୁଦୂରେ ଯାଏ ଚାଲି
ସେଇ ସୁଖ ସାଜେ ଦୁଃଖର ପାହାଡ଼
କେବେ ଫେରିବନି ବୋଲି ।
ଆଜିବି ଏ ଛାତି ଦରଜାରୁ ଶୁଭେ
ଭଲପାଏ ଭଲପାଏ
ମନ ବେଦନାକୁ କାଗଜ କାଳିରେ
ସତେ କିବା ଲେଖି ହୁଏ ।
ଅହରହ ସିନା ଜାଳି ମାରୁଥାଏ
ସେ ଓଠର ଧାରେ ହସ
ହସ ନୁହେଁ ସେତ ଭୋକିଲା ଦେହର
ଆଦ୍ୟ ଯଉବନ ବିଷ ।
ଏ ଆଖିକୁ ଦେଖି ଜୀବନ କାହାଣୀ
କାହିଁ ବା ପଢିବ କିଏ
ମନ ବେଦନାକୁ କାଗଜ କାଳିରେ
ସତେ କିବା ଲେଖି ହୁଏ ।
କୁଣ୍ଡିଲୋ, କେରଙ୍ଗ, ଖୋର୍ଦ୍ଧା
0 Comments
You can write now your valuable comments here. Off-topic comments may be removed or deleted without prior notice.