ଜୀବନର ଅର୍ଥ କହିବା ସାପେକ୍ଷ
ସୁଦୂର ପ୍ରସାରି ବାର୍ତ୍ତା ;
କେତେ ଝଡଝଞ୍ଜା ଏ'ଜୀବନେ ଖଞ୍ଜା
ଜାଣନ୍ତି ଜୀବନ କର୍ତ୍ତା !!
ଦୁଃଖେ ସୁଖେ ପୂର୍ଣ୍ଣ ଏ'ଜୀବନ ଧନ
ପ୍ରତିପାଦେ ଘଟେ ଆନ. ;
କଳ୍ପନା ବିହୀନ ଜୀବନ ଦହନ
ସମାହାର ସମ୍ମୋହନ.!!
ତର୍କ ବିତର୍କର କ୍ଷଣିକ ଜୀବନ
ଆଶା ବିଶ୍ଵାସରେ ବନ୍ଧା ;
କେତେ ବାଧାବିଘ୍ନ ଆସେ ସବୁଦିନ
ଉପୁଜେ ଗୋଲକ ଧନ୍ଧା !!
ସମାଜିକ ବୋଧ.ଜୀବନ ସମ୍ବନ୍ଧ
ସରଳ ଜଟିଳ ଅଙ୍କ. ;
ବୁଝା ପଡେ ନାଇଁ ବିଶ୍ଳେଷଣ ଭାଇ
ରେଖା ଖଣ୍ଡେ ବକ୍ର ବାଙ୍କ.!!
ସମସ୍ୟା ବହୁଳ ଜୀବନ ଦୁର୍ବଳ
ପ୍ରତିରୋଧେ ପ୍ରତିକାର. ;
ଭାରାକ୍ରାନ୍ତ.ମନ ବ୍ୟାକୁଳିତ ପ୍ରାଣ
ଖୋଜେ ଖାଲି ଉପଚାର. !!
ସଂଘର୍ଷର ସାଥୀ ଜୀବନ ସାରଥୀ
ନିତି ଖୋଜେ ସୁଖ ନିଦ. ;
ସପନ ନିଦରେ ହଜି ଯାଏ ବାରେ
ଥାଉପଛେ ଯେତେ ଖେଦ.!!
ଭାବନା ସରାଗି ଜୀବନ ବୈରାଗୀ
ସୁଖେଦୁଃଖେ ମ୍ରିୟମାଣ. ;
ସଞ୍ଚାରିତ ଆଶା କହେ ବହୁକଥା
କିଞ୍ଚିତ. ଏ.'ସମ୍ଭାଷଣ. !!
କବିକି ଲେଖକ ବର୍ଣ୍ଣିବାଟା କଷ୍ଟ
ଜୀବନର ଉପାଦାନ.;
ବ୍ୟାପକ ଏଅର୍ଥ ଜୀବନ ସନ୍ଦେଶ.
ତତ୍ତ୍ଵ ବିତ୍ତ ସୀମାହୀନ !!

ଧୁରୁଷିଆ, ଆଠଗଡ଼, କଟକ