କବିତା - ଶେଷ ଇଚ୍ଛା - ଡକ୍ଟର ନୀଳମାଧବ କର

0

ଶେଷ ଇଚ୍ଛା

ପ୍ରିୟମ୍ବଦା
କରନ୍ତ ନାହିଁ
ତମେ ଆତ୍ମହତ୍ୟା

ଆକାଶରୁ ଝୁଲି ପଡନ୍ତ
ହାତ ପାଆନ୍ତା ନାହିଁ
ତମ ଦିହକୁ

ସାଦା କାଗଜରେ ଲେଖା
ଚିଠିଟେ ବାହାରନ୍ତା
ତମ ଛାତିରୁ
ମୋତେ ଦାୟୀ କରି

କରନ୍ତ ନାହିଁ
ତମେ ଆତ୍ମହତ୍ୟା
ଆଃ, ପ୍ରିୟମ୍ବଦା !!

***

ନୀଳମାଧବ କର,
ଓଲଭରହାମ୍ପଟନ, ୟୁକେ

Post a Comment

0Comments
Post a Comment (0)