କବିତା - ଶେଷ ଇଚ୍ଛା - ଡକ୍ଟର ନୀଳମାଧବ କର

0

ଶେଷ ଇଚ୍ଛା

ପ୍ରିୟମ୍ବଦା
କରନ୍ତ ନାହିଁ
ତମେ ଆତ୍ମହତ୍ୟା ୲

ଆକାଶରୁ ଝୁଲି ପଡନ୍ତ
ହାତ ପାଆନ୍ତା ନାହିଁ
ତମ ଦିହକୁ ୲

ସାଦା କାଗଜରେ ଲେଖା
ଚିଠିଟେ ବାହାରନ୍ତା
ତମ ଛାତିରୁ
ମୋତେ ଦାୟୀ କରି ୲

କରନ୍ତ ନାହିଁ
ତମେ ଆତ୍ମହତ୍ୟା
ଆଃ, ପ୍ରିୟମ୍ବଦା !!

***

ନୀଳମାଧବ କର,
ଓଲଭରହାମ୍ପଟନ, ୟୁକେ

Post a Comment

0Comments
Post a Comment (0)