
ଏ ବିଶାଳ ଦେଶ ଭାରତ ବର୍ଷ
କହେ ନ୍ୟାୟର କାହାଣୀ
କେତେ ମୁନି ଋଷି ରାଜା ମହା ରାଜା
ଶାସନ କରି ଗଲେଣି ll
ଇତିହାସ ଲେଖା ବୀରତ୍ୱ କାହାଣୀ
ନ୍ୟାୟ ଶାସନର କଥା
ସୁ ଶାସକ ହୋଇ ଶାସନ କରିଲେ
ଉଚ୍ଚା ରହି ଥିଲା ମଥା ll
ଆଜି ଏ ସମାଜ କଳୁଶିତ ହୁଏ
ସ୍ୱାର୍ଥକୁ ସାରଥୀ କରି
ନୀତି ନିୟମ ତ ସବୁ ଭୁଲି ଗଲେ
ଅନ୍ୟାୟ ହୋଇଲା ଭାରି ll
ନ୍ୟାୟର ନୀତି ପ୍ରଣୟନ କଲେ
ବିଚାର ସୁବିଧା ପାଇଁ
ସମସ୍ତଙ୍କୁ ନ୍ୟାୟ ସମାନ ମିଳିବ
ବ୍ୟତିକ୍ରମ ହେବ ନାହିଁ ll
ଆଜି ଦୁନିଆଁରେ ଘଟେ ବିଡମ୍ବନା
ନ୍ୟାୟ ବଳି ପଡି ଯାଏ
ଧନୀକ ବ୍ୟକ୍ତି ଦୋଷ କରି ହସେ
ଗରୀବଟି ଶାସ୍ତି ପାଏ ll
ଦୋଷ କରି ଦୋଷି ଦଣ୍ଡ ପାଏ ନାହିଁ
ନିର୍ଭୟରେ ଯାଏ ଖସି
ନିର୍ଦ୍ଦୋଷ ମୁଣ୍ଡରେ ଅଠା ବୋଳା ଯାଏ
ସିଏତ ପାଉଛି ଫାସି ll
ଧନଶାଳୀ ଯିଏ ଶକ୍ତି ଦେଖାଉଛି
ଅନ୍ୟାୟ ପଥରେ ରହି
ସାକ୍ଷୀ କିଣା ଯାଏ ଅବା ଡରl ଯାଏ
ମୃତ୍ୟର ଭୟ ଦେଖାଇ ll
ନ୍ୟାୟର ଗାଦିରେ ବିଚାରକ ବସେ
ଧର୍ମ ଦେବତାଙ୍କ ସ୍ଥାନ
ସତ୍ୟ ମିଥ୍ୟା ହୁଏ ଧର୍ମ ଅଦାଲତେ
ନିର୍ଦ୍ଦୋଷ ଦିଏ ଜୀଵନ ll
ନ୍ୟାୟ ଦେବୀ ଆଜି ଅନ୍ଧ ହୋଇ ଅଛି
ଆଖିରେ ପୁଟୁଳି ବାନ୍ଧି
ଦେଖି ପାରେ ନାହିଁ ଶୁଣି ପାରେ ନାହିଁ
ଜିହ୍ୱା ତା ହୋଇଛି ଛନ୍ଦି ll
ମିଛ ସାକ୍ଷୀ ଦିଏ ଧର୍ମ ଗୀତl ଛୁଇଁ
ଧର୍ମ ଦ୍ରୋହି ହୋଇ ଥାଏ
ମଜବୁରି ତାକୁ କୁକର୍ମ କରାଏ
ଆଖି ଲୁହ ଝରୁ ଥାଏ ll
ସତ୍ୟର ଘଟଣା ଆଗକୁ ନ ଆସେ
ଦୋଷି ହୁଏତ ନିର୍ଦ୍ଦୋଷ
ନିର୍ଵିଗ୍ଣରେ ଦୋଷି ଖଲାସ ହୁଏ
ମୁଖେ ଫୁଟି ଉଠେ ହସ ll
ପ୍ରମାଣ ଅଭାବେ ଦୋଷି ଖସି ଯାଏ
ବିଚାର ହୋଇ ନ ପାରେ
ଧର୍ମର ଜୟ ପରାଜୟ ହୁଏ
ନ୍ୟାୟ ମିଳିତ ନ ପାରେ ll
ବାସନ୍ତୀ ଲତା ଜେନା, ଶିକ୍ଷୟିତ୍ରୀ