କବିତା - ଜୟ ସାଇରାମ - ଘନଶ୍ୟାମ ସାହୁ

0

ଜୟ ସାଇରାମ ଜୟ ସାଇରାମ
ଦିଅ ଦରଶନ ବାବା ଘେନ ମୋ ପ୍ରଣାମ ।।୦।
ସିରିଡ଼ି ରେ ଲୀଳା ତୁମ କରୁଣାବତାର
ଦୁଃଖୀଜନେ ସହାୟତା ସଦା ଆଗଭର
ଆହେ ଲୀଳା ମୟ ତୁମ ଲୀଳା ହିଁ ଅସୀମ ।।୧।
ଆତୁରେ ଡାକିଲେ ବାବା ଦିଅ ଦରଶନ
ସାକ୍ଷାତରେ ହେଉ ଅବା ହୋଇଥାଉ ସ୍ୱପ୍ନ
ଦର୍ଶନ ମାତ୍ରକେ ଦୂର ହୁଏ ଦୁଃଖ ତମ ।।୨ ।
କେବେ ଲାଗିବ ହେ ବାବା ତୁମ ଦିବ୍ୟ ଡୋରି
ଡାକି ଡାକି ଥକିଲିଣି ନ ଶୁଣ ଗୁହାରି
ଦିଅ ଦରଶନ ସାଇ ଯିବି ତୁମ ଧାମ ।।୩।
ଆକୁଳ ହୃଦୟ ମୋର ହୁଏ ଛାଟିପିଟି
ଜୀବନ ଜଞ୍ଜାଳ ମଧ୍ଯେ ଦିନ ଯାଏ ବିତି
କରୁଣାରବାରି ଝରୁ ଆହେ ସାଇରାମ ।।୪।


ରଚନା : ଘନଶ୍ୟାମ ସାହୁ

ଠିକଣା : ବଇଣ୍ଡା, କିଶୋର ଗଞ୍ଜ, ଅନୁଗୋଳ,  ଦୂରଭାଷ : 7978057695

Post a Comment

0Comments
Post a Comment (0)