ଅଜାକୁ ମାନଇ ବଙ୍କୁଲୀ ବାଡ଼ିଟି
ଆଈକୁ ମାନଇ ପାନ
ଦେଉଳକୁ ମାନେ ଘଣ୍ଟ ଓ ଆଳତୀ
ଧନୀକୁ ମାନଇ ଦାନ ।
ନଈକୁ ମାନଇ ଭରା ପାଣି ସୁଅ
ନାଉରୀକୁ ମାନେ ନାଆ
ଲଙ୍ଗଳକୁ ମାନେ କାଳିଆ-କସରା
ଚାଷୀକୁ ମାନଇ ଦାଆ ।
ଗଛକୁ ମାନଇ ଫୁଲ ଓ ପତର
ମୂଳକୁ ମାନଇ ଚେର
ଅମାରକୁ ମାନେ ଝୋଟି ଚିତା ଆଉ
ଟୋକେଇ ଗଉଣୀ ସେର ।
ଟୁବି ଗାଡ଼ିଆଟି ଭାରି ମାନୁଥାଏ
କଇଁ ଯେବେ ଥାଏ ଫୁଟି
ଗୁଗୁଲୀକୁ ମାନେ ଦୁଷ୍ଟାମୀ ନକରି
ପଢ଼ିଲେ ସକାଳୁ ଉଠି ।
------------------------------------
ଶିଶିର କୁମାର ପଣ୍ଡା
କୁଆଁସ , ମେରଦା କାଟିଆ , ଯାଜପୁର
ଆଳାପ-୮୯୮୧୭୩୭୨୨୮


ରଚନା : ଶିଶିର କୁମାର ପଣ୍ଡା

ଠିକଣା : କୁଆଁସ , ମେରଦା କାଟିଆ , ଯାଜପୁର,  ଦୂରଭାଷ : 8981737228