ଲିଟୁ, ଲିଜା,ଲିପି,ବବୁନୁ, ଟୁବୁନୁ
ସେଠି ଦେଖୁଛ କଣ ,
ଏକାଠି ବସିକି ହସୁଛ ଅଛିକି
କୁହ କିଛି କାରଣ !!

ଭୁଉଁ ଭୁଉଁ ଦୂରୁ ଶୁଭୁଛି ଯାଉଛି
ଉଡ଼ି ଉଡ଼ାଜାହାଜ ,
ତାକୁ ଦେଖି କରୁଅଛ କି ସେଇଠି
ତୁମ ମନ ମଉଜ ।

ଏଡ଼ିକି ଛୋଟିଆ ଦିଶୁଛି ସେଇଟା
ଯେଣୁ ଦୂରରୁ ଦେଖ ,
ସେ ଉଡ଼ାଜାହାଜେ ବସିକି ଯାଆନ୍ତି 
ଦୂର ରାଇଜେ ଲୋକ ।

ତୁମେ ଦିନେ ତହିଁ ବସିକି ଉଡ଼ିବ
ରଖ ଏବେଠୁ ଧ୍ୟାନ ,
ପାଠପଢ଼ା ଖେଳକୁଦରେ ସଭିଏଁ
ମିଶି ଲଗାଅ ମନ ।

ମାମୁରିଆ, ଛେଣ୍ଡିପଦା, ଅନୁଗୋଳ ।