
ନୁହେ ବନ୍ଧୁ ଅବl ବାନ୍ଧବୀଟିଏ ମୁଁ
ନୁହେ ସ୍ମୃତିର ସଙ୍ଗlତ
ସତ୍ୟ ପବିତ୍ରର ବନ୍ଧନରେ ବନ୍ଧା
ଭଗ୍ନୀ ସମ୍ପର୍କ ମୋ' ସତ l୧l
କି ସମ୍ପର୍କ ଡୋରେ ବାନ୍ଧି ଦେଲ ଭାଇ
ଆଉ ସବୁ ହେଲା ଫିକା
କେଉଁ ଶ୍ରଦ୍ଧା ପଣେ ଆଦର କରିଲ
ସମୟ ଖାଇଲା ଧୋକା l୨l
ଭଗ୍ନୀ ସମ୍ଭାଷଣେ ସମ୍ବୋଧନ କରି
ରହିଗଲ ହୃଦ କୋଣେ
ସଂସାର ଭିତରେ କୋଟିଏ ଜନରେ
ନିଆରା ବ୍ୟକ୍ତିତ୍ୱ ଜଣେ l୩l
ଜୀବନ ମୋହର ନିତ୍ଯ ଅନିଶ୍ଚିତ
ସମ୍ପର୍କ ମୋ' ଅନ୍ତରଙ୍ଗ
ନିର୍ମାଲ୍ଯ ପବିତ୍ର ବନ୍ଧନ ଭିତରେ
ନ' ହେବ ବିଶ୍ଵାସ ଭଙ୍ଗ l୪l
ଅଭାବ ଅଙ୍କକୁ ଦେବି ମୁଁ ଲିଭେଇ
ଦେଇ ସ୍ନେହ, ଭକ୍ତି ନୀର
ବୟସରେ ଛୋଟ ସେନେହ ରଙ୍କୁଣି
ଗେହ୍ଲି ଭଉଣୀ ତୁମର l୫l
ତୁମ ମୋ' ସମ୍ପର୍କ ନୁହଁଇ ସାମାନ୍ୟ
ଇଶ୍ୱରଙ୍କ ବରଦାନ
ସର୍ବାଗ୍ରେ ସମ୍ମାନ ଅଧିକାରୀ ହୋଇ
ପାଅ ସଦା ଉଚ୍ଚ ସ୍ଥାନ l୬l
ଭାଇ ତୁମ ନମ୍ର ନୈସର୍ଗିକ ଗୁଣ
ସାବଲୀଳ ଚିନ୍ତାଧାରା
ଅମୃତ ଅକାଂକ୍ଷା ହସର ଅଧରେ
ବଚନlମୃତ ନିଆରା l୭l
ନିଷ୍ଠାପର ତୁମ ମଣିଷ ପଣିଆ
ସାରଥି ତୁମେ ସତ୍ୟର
ମୋ ଜୀବନେ ତୁମେ ଆଶାୟୀ ଅରୁଣ
ଶୁଦ୍ଧ ମlହେନ୍ଦ୍ର ବେଳାର l୮l
ମିଛ ମାୟା ଏହି ସଂସାର ଭିତରେ
ଭ୍ରାତୃତ୍ୱ ସମ୍ପର୍କ ସତ୍ୟ
ତୁମ ମହାନତା ମାନବିକତାରେ
ହୋଇ ଅଛି ମୁଁ ଆଶ୍ରିତ l୯l
ମଣିଷ ଜନ୍ମର ସାର୍ଥକ ଚରିତ୍ର
ସର୍ବ ଗୁଣେ ଗରୀୟାନ
ଭାତୃ ଭାବ ତୁମ ବାସ୍ତବ ବଳିଷ୍ଠ
ଧର୍ମ ବଳେ ତେଜୀୟାନ l୧୦l
ସତ୍ୟ ନ୍ୟାୟ ତ୍ୟାଗ ଉଦାର ପଣରେ
ତ୍ରିଲୋକେ ଶ୍ରେଷ୍ଠ ସମ୍ମାନ
ଯୁଗେ ଯୁଗେ ସାଜି ଭଗ୍ନୀର ରକ୍ଷକ
ଭାଇ ରଖି ଥାନ୍ତି ମାନ l୧୧l
ତୁମ ବିଶାଳତା ବୃକ୍ଷ ଆଗେ ଭାଇ
ମୁଁ ଯେ ସୁକ୍ଷ୍ମ ଶାଖାଟିଏ
ଭାଗୀଦାର ତୁମେ ଭଗ୍ନୀ ସୁଖେ ଦୁଃଖେ
ତାକୁ ବା' ନିନ୍ଦିବ କିଏ ?l ୧୨l
