
ଆଖିର କଥାକୁ ଓଠତ କହିନି
ଖାଲି ବିତିଛିତ ଦିନ ରାତି
ଆଖିର ପଲକେ ତ ଋପ ଝଲକେ
ଏ କିପ୍ରକାର ସ୍ମୃତି।
ଭାବନାରେ ହଜେ ନିତି ନିତି ଖୋଜେ
ଦରଦି ହୃଦୟ କଥା
ତୋ ପଦିଏ କଥାରେ ଆରମ୍ଭ ହୁଏମୋ
ଜୀବନର ଅନୁଚିନ୍ତା।
ତୋର ବାଟ ଚାହେଁ କିଛି ବାଟ ଜାଏ
ପଡେ ନାହିଁ ଆଖିପତା
ଅନେକ ଲୋକଙ୍କ ସବୁ କଣ୍ଠ ସ୍ବର
ଲାଗେ ଖାଲି ତୋକଥା।
ମୋ ହୃଦୟ ଆକାଶେ ଆଲୋକିତ ଛବି
ଶିହରାଏ ମୋ ଛାତି
ପ୍ରତିଟି ମୂହୁର୍ତ୍ତ ଭାବେ ତୋକଥା
ଏ କିପ୍ରକାର ସ୍ମୃତି।
