
ହାଲ୍କା ପବନ ଶିହରାଇ ଦେଲା
ଛାତିରେ ଲାଗିଲା ରକ୍କା
ତୋ ଗୋଲାପି ଓଠରେ ଫ୍ଲାଇଙ୍ଗ କିସ୍ ଦେଲୁ
ରହି ପାରୁନାହିଁ ଏକା।
ଶୁନ୍ ଶାନ୍ ରାତି ଭଲ ଚୋରା ପ୍ରିତି
ମାରିବା ଲୋ ଆମେ ଚଉକା
ହାଇ ହିଲ୍ ପିନ୍ଧି ହାଇଟ୍ ମିଳାନି
ଝିଅଟା ଏକାତୁ ଚୋଖା।
ତୋ ଆଖିର ଇଶାରା କଲା ଦରମରା
ହସ ତୋର ଲକ୍ଷେ ଟଙ୍କା
ପ୍ରେମ ତୋର ଲାଗେ ବାଘୁଆ ମହୁଲୋ
ପାଇବାକୁ ମନେ ଶଙ୍କା।
ସପନରେ ମୁଁ ନିଇତି ଯାଉଛି
ତୋ ଝରକାକୁ ମାରେ ଟେକା
ଦୁଆର ଖୋଲିକି ଭିତରକୁ ନେ
ମୁଁ ରହିପାରୁ ନାହିଁ ଏକା।