
ମୁଁ ଥିଲି "ମୁଁ" ତୁମେ ଥିଲ "ତୁମେ"
ଥିଲେ ଦୁଇ ଜଣ ଭିନ୍ନ,
ଜାଣିବା ଆଗରୁ "ଦୁଇ" ରୁ ଆମେ
ହୋଇଗଲେ "ଏକ", ଅଭିନ୍ନ ।।
ଦୁହିଁଙ୍କ ମଧ୍ୟରେ କେଉଁ ବିଷୟରେ
ନଥିଲା ବି ସମାନତା,
ଭିନ୍ନ ମତ, ଭିନ୍ନ ଚିନ୍ତାଧାରା ସାଙ୍ଗେ
ଥିଲା ବହୁ ବିଷମତା ।।
ତର୍କ ବିତର୍କରେ ବାଦ ବିବାଦରେ
ବିତୁ ଥିଲା ଆମ ଦିନ,
ଅହି ନକୁଳର ସମ୍ପର୍କଠୁ ଆମ
ସମ୍ପର୍କ ନଥିଲା ନ୍ୟୁନ ।।
ଧିରେ ଧିରେ ଆମ ସମ୍ପର୍କର ତାଜ୍
ମହଲ ହେଲା ନିର୍ମାଣ,
ତା ମଧ୍ୟରେ ଆମ ଜୀବନ ଦୁଇଟି
ହୋଇ ଗଲା ପରିପୂର୍ଣ୍ଣ ।।
# ପ୍ରଦୀପ କୁମାର ପ୍ରଧାନ #
ଅଧ୍ୟାପକ, ଇଂରେଜୀ ବିଭାଗ
ଡି.ଏ.ଭି. ପବ୍ଲିକ ସ୍କୁଲ, ବ୍ରହ୍ମପୁର