
ଲୋକ ଶାସନ ଅଟଇ
ଜନତାଙ୍କ ଦ୍ୱାରା ଶାସିତ ହେବାକୁ
ଗଣତନ୍ତ୍ର କହୁ ଥାଇ ll
ପ୍ରତ୍ୟେକ ଜନତା ପତ୍ୟକ୍ଷ ଭାବରେ
ଯୋଗ ଦେଶ ଶାସନର
ଅସମ୍ଭବ ହେବ ଶାସନ କରିବା
ନିର୍ବାଚନ ଅଧିକାର ll
ସାବାଳକ ଭୋଟ ଅଠର ବୟସ
ପ୍ରତିନିଧି ନିର୍ବାଚନ
ଦେଶ ଶାସନରେ ଅଂଶିଦାର ହୋଇ
କରନ୍ତି ଦେଶ ଶାସନ ll
ଉଣେଇଶ ଶତଚାଳିଶି ଅଗଷ୍ଟ ପନ୍ଦର
ଉଣେଇଶ ଶତଚାଳିଶି ଅଗଷ୍ଟ ପନ୍ଦର
ଦେଶ ହୋଇଲା ସ୍ୱାଧୀନ
ଶାନ୍ତି ଶୃଙ୍ଖଳାର ଆବଶ୍ୟକ ହେଲା
ନିୟମର ଆବାହନ ll
ଆମ୍ବେଦକର ଲେଖିଲେ ପୁସ୍ତକ
ନୀତି ନିୟମ ଶାସନ
ଲିପି ବଦ୍ଧ ହେଲା ଯେଉଁ ବହିଟିରେ
କୁହାଗଲା ସମ୍ବିଧାନ ll
ଉଣେଇଶ ପଚାଶ ଜାନୁଆରୀ ଛବିଶି
ଉଣେଇଶ ପଚାଶ ଜାନୁଆରୀ ଛବିଶି
ସମ୍ବିଧାନ କାର୍ଯ୍ୟକାରୀ
ଭାରତ ବର୍ଷ ସାଧାରଣତନ୍ତ୍ର ରାଷ୍ଟ୍ର
ଲିଖିତ ସ୍ବର୍ଣ୍ଣ ଅକ୍ଷରୀ ll
ମାନବ ସଭ୍ୟତା ବିକାଶ ଲଭଇ
ଶିକ୍ଷା ସାଧୁତାର ଶକ୍ତି
ସଜାଗ ଦୃଷ୍ଟି କର୍ତ୍ତବ୍ୟ ବୋଧ ସଙ୍ଗେ
ଅହିଂସାର ଶାନ୍ତି ପ୍ରୀତି ll
ସାରା ଦେଶ ଆଜି ଉତ୍ସବ ମୁଖର
ସାଧାରଣତନ୍ତ୍ର ଦିନ
ପତାକା ଉଡ଼ଇ ଜାତୀୟ ଦିବଶେ
ଜାତୀୟ ସଂଗୀତ ଗାନ ll
ସ୍କୁଲ କଲେଜ ଠାରୁ ଦିଲ୍ଲୀ ରାଜରାସ୍ତା
ସବୁ ଠାରେ ଲୋକା ରଣ୍ୟ
ପ୍ୟାରେଡ଼ ଦେଖିବାକୁ ସମସ୍ତେଆଗ୍ରହି
ସାଂସ୍କୃତିକ ନାଚ ଗାନ ll
ଭିନ୍ନତା ମଧ୍ୟରେ ଏକତାର ଭାବ
ମେଢ଼ ଦେଖ ପ୍ରଜ୍ଞାପନ
ଆମର ସଂସ୍କୃତି ଆମ ପରମ୍ପରା
ସୁସ୍ଥ ରହୁ ଚିର ଦିନ ll
ତ୍ରିରଙ୍ଗାର ମାନ ରଖିବା ପାଇଁ କି
ସର୍ବେ ଐକ୍ୟବଦ୍ଧ ହେବା
ଭାରତ ମାତାର ଶିର ଟେକ ପାଇଁ
ନୀତି କାର୍ଯ୍ୟ କରୁ ଥିବା ll