କବିତା - କାଳିଆ ମୁହଁରେ ଚକାନୟନ - ଶ୍ରୀ ରଙ୍ଗନାଥ ରଥ

0

କି ଭାଗ୍ୟରେ ଆଜି କଲି ଦର୍ଶନ
କାଳିଆ ମୁହଁରେ ଚକାନୟନ ॥୦॥

ଭାଇ ଭଉଣୀଙ୍କୁ ଧରି ସାଙ୍ଗରେ
ବିଜେ କରିଅଛି ନୀଳକନ୍ଦରେ
ଚଉଦ ବ୍ରହ୍ମାଣ୍ଡ କରତା ହୋଇ ସେ
ଭକତ ହୃଦୟେ କରେ ଆସନ ॥୧॥

ନାହିଁ ପାଣିପାଦ ନାହିଁ ତା' କାନ
ତଥାପି ଟାଣେ ସେ ଭକତ ମନ
ଡୋରି ଦେଖ ତା'ର କେଡ଼େ ଟାଣ ସତେ
ପାଖକୁ ନେଉଛି କରି ଉଚ୍ଛନ୍ନ ॥ ୨ ॥

ଚତୁର୍ଦ୍ଧା ମୂରତି ଏକ ସାଙ୍ଗରେ
ସାନ ବଡ଼ ଭାବ ନାହିଁ ମନରେ
ସଭିଙ୍କୁ ଏକାଠି କରିବା ପାଇଁକି
କି ସୁନ୍ଦର ତା'ର ଏ ଆୟୋଜନ ॥୩॥

ନାହିଁ କେହି ଯା'ର ଆପଣା ପର
ଯାହାକୁ ପାଏ ସେ କରେ ନିଜର
ସବୁରି ଅନ୍ତର ଆବୋରି ବସିଛି
ଛାଡ଼ି ଯିବାକୁ କି ହୋଇବ ମନ ॥୪॥

~*~*~*~*~*~*~*~*~
ଗୀତିକାର - ଶ୍ରୀ ରଙ୍ଗନାଥ ରଥ
ବଡ଼ଗଡ଼ ବ୍ରିଟ୍, ଭୁବନେଶ୍ୱର
~*~*~*~*~*~*~*~*~


ରଚନା : ଶ୍ରୀ ରଙ୍ଗନାଥ ରଥ

ଠିକଣା : ବଡ଼ଗଡ଼ ବ୍ରିଟ୍, ଭୁବନେଶ୍ୱର ଦୂରଭାଷ : 88478 48858

Post a Comment

0Comments
Post a Comment (0)