କବିତା - ତୁମେ ହିଁ ମୁକ୍ତି ମୋହର - ପ୍ରଦୀପ କୁମାର ପ୍ରଧାନ
December 18, 2019
ତୁମେ ମୋର ଆଦି ତୁମେ ମୋର ଅନ୍ତ
ତୁମେହିଁ ତ ମଧ୍ୟାନ୍ତର,
ତୁମେ ମୋର ସ୍ଥିତି ତୁମେ ମୋର ଗତି
ତୁମେ ହିଁ ମୁକ୍ତି ମୋହର ।।
ତୁମେ ମହୋଦଧି ମୁଁ ବାଲି କଣିକା
ତାର ବେଳାଭୂମି ପରେ,
ଛୁଇଁ ଯାଅ ମୋତେ ଊର୍ମି ମାଳା ରୂପେ
ଶୀତଳ ଅମୃତ ନୀରେ ।।
ରଚନା : ପ୍ରଦୀପ କୁମାର ପ୍ରଧାନ
ଠିକଣା : ଅଧ୍ୟାପକ, ଇଂରେଜୀ ବିଭାଗ, ଡି. ଏ. ଭି. ପବ୍ଲିକ ସ୍କୁଲ, ବ୍ରହ୍ମପୁର, ଦୂରଭାଷ : ୮୭୬୩୬୨୯୨୮୨
0 Comments
You can write now your valuable comments here. Off-topic comments may be removed or deleted without prior notice.