କବିତା - ହେ ଜଗନ୍ନାଥ - ଅମରଜିତ୍ ସାହୁ

0
ହେ ଜଗନ୍ନାଥ
ତୁମେ ଚଳାଉଚ ସାରା ଦୁନିଆକୁ
ନାହିଁ ତୁମ ଗୋଡ, ହାତ
ମୁଁ କାହିଁ ପାରେନା
ସବୁ ଥାଇ ମୋର
ହାରି ଯାଏ ଚଲାପଥ
ହେ ଜଗନ୍ନାଥ....

ଷାଠିଏ ପଉଟି ନିଅଁଟ ହୁଏନି
ଆସିଥାନ୍ତି ଯେତେ ଭକ୍ତ
ମୋ ଭଳି ପାପିକୁ
ମିଳେନାହିଁ ଜମା
ଟିକେ ଡାଲି ଟିକେ ଭାତ
ହେ ଜଗନ୍ନାଥ.....

ଲୋଡା ନାହିଁ ମୋର
ଧନ, ଦଉଲତ
ଟଙ୍କା, ପଇସା କି ଅମାର
ତୁମ ଆଶୀର୍ବାଦ
ସଦା ରହିଥାଉ
ବିପଦୁ ହୁଏ ମୁଁ ପାର
ଏତିକି କ୍ରୁପା କର
ଚାଲିବା ପାଇଁ
ଦେଖାଅ ମୋତେ ପଥ
ହେ ଜଗନ୍ନାଥ....

ଏତେ ପାପ ଏଠି
ବଢିତ ଗଲାଣି
ନିତୀ ହୁଏ ବଳତ୍କାର
ତୁମେ ନ ରଖିଲେ
କିଏସେ ରଖିବ
ପାପୀଙ୍କୁ ବିନାଶ କର
ସବୁ ମିଛ ଏଠି
ଗୋଟିଏ ସତ
ହେ ଜଗନ୍ନାଥ.....

ଯେତେ ଦିନ ଯାଏ
ବଞ୍ଚିକି ରହିବି
ଜପୁଥିବି ତୁମ ନାମ
ମରିବା ଆଗରୁ
ତିର୍ଥ କରିଯିବି
ତୁମର ସେ ଚାରିଧାମ
ତୁମ କରୁଣାରୁ
ସବୁଦିନ ପାଇଁ
ଲାଗି ରହୁ ଯାତାୟାତ
ହେ ଜଗନ୍ନାଥ
ହେ ଜଗନ୍ନାଥ......



ରଚନା : ଅମରଜିତ୍ ସାହୁ

ଠିକଣା : ଦ୍ବାରକା ସେକ୍ଟର-୧୪, ନୂଆଦିଲ୍ଲୀ,  ଦୂରଭାଷ : ୭୫୦୪୫୩୦୧୮୬

Post a Comment

0Comments
Post a Comment (0)