ସେଇ କଅଁଳିଆ ବୟସରେ
ଛନ ଛନ ମନ ନେଇ
ଯେତେବେଳେ ତୁମେ କଲେଜ ଯାଅ
ଆଉ କଲେଜରୁ ଫେର
ଠିକ ସେଇସମୟରେ
ମୁଁ ତୁମକୁ ଦେଖେ
ଖାଲି ଦେଖେନିତ
ସମ୍ପୂର୍ଣ୍ଣ ହଜିଯାଏ ତୁମରି ଭିତରେ ।

ପାଞ୍ଚ ଛଅ ଟି ସାଇକଲ
ହଳ ହଳ ହୋଇ ଯାଉଥାଏ
ରାସ୍ତା ମଝିଟାରେ
ପୋଖରୀ ଭିତରେ ଦୀପିଦାଣ୍ଡି
ନଜରକୁ ଆସିଲା ଭଳି
ତୁମେ ବାରିହୋଇପଡ଼
ସେ ଗହଳି ଭିତରୁ ।

କିଛି ସେକେଣ୍ଡ ମୁଁ ତୁମକୁ ଦେଖେ
ସେଇ ଦୁଇଥର
ଥରେ କଲେଜ ଯିବା
ଆଉ ଫେରିବା ବେଳରେ ।

ତୁମ ଆଖି ମନକିଣିନିଏ
ତୁମ ମୁହଁ ସପନ ବୁଣାଏ
ଈପ୍ସିତ ମନଟାର କଥା
ଇଙ୍ଗିତେ ତୁମକୁ ଜଣାଏ ।

ଧିରେ ଧିରେ ସମୟ ସାଥିରେ
ତୁମେ ଆସି ହେଲ ନିକଟରେ
ଆମେ ଦୁହେଁ ବୁଝିଗଲେ
ନୀରବର ଭାଷା
ହଜିଗଲେ ସ୍ୱପ୍ନ ରାଇଜରେ ।

ତା'ପରେ ସକାଳର ପ୍ରଥମ ମେସେଜ
ତୁମର ହିଁ ଥାଏ ମୋ ହ୍ଵାଟ୍ସଆପରେ
ରାତ୍ରୀ ର ଶେଷ କଥା ବିତିଥାଏ
ଇଅର କର୍ଡ଼ ଦିଆ ଫୁସଫୁସ କଥାରେ
କମଳ ଭିତରେ ।

ଦିନକୁ ସାତ ଆଠଟି କଲ ଡାଇରେସନ ମିଳେ
ତୁମ ନମ୍ବରରେ
ମୋ ଫୋନରେ ।

ଦ୍ବିପ୍ରହରରେ ମିଳିଯାଏ
ତୁମ ଟିକଟକ ଭିଡ଼ିଓ
ଯୋଉଥିରେ ତୁମେ ଆଖିକୁ
ଚକମା ଦେଲା ପରି ନାଚୁଥାଅ କଲେଜ ଡ୍ରେସରେ ।

ଏତେ ସବୁ ଘଟଣା ପରେ
ତୁମ ସହ ବିତିବା ମୁହୂର୍ତ୍ତର ସ୍ମୃତିରେ
ଭରିଯାଏ ମୋ କବିତା ଡାଏରି
ହେଲେ ତୁମେ ଲାଜେଇ ଯାଅ
ସାଙ୍ଗ ମେଳରେ ମୋତେ ଚାହିଁବାକୁ
ସେ ଯିବା ଆସିବା
ତୁମ କଲେଜ ଟାଇମ୍ ରେ ।


ରଚନା : ସିଦ୍ଧେଶ୍ବର ତ୍ରିପାଠୀ

ଠିକଣା : କୁଣ୍ଡିଲୋ, କେରଙ୍ଗ, ଖୋର୍ଦ୍ଧା,  ଦୂରଭାଷ : 7008315040