ଶୃଗାଳ ଗର୍ତ୍ତରେ ପଡି ଛଟପଟ
ଉପାୟ ପାଞ୍ଚିଲା ବସି
ଛଳରେ ଶିକାର ନଭାବି ନଚିନ୍ତି
ଛାଗ ଗଲା ଗର୍ତ୍ତେ ପଶି। ।0
ଛଳ କପଟକୁ ସରଳ ମାନବ
ନପାରେ ସହଜେ କଳି
କପଟ ପାଶାରେ ଛନ୍ଦି ହୋଇପଡ଼ି
ଅନୁତାପେ ହୁଏ ଝଳି।। 1
କୁଜିନେତା ଆମ ଭାରି ସେ ଚତୁର
ଆସନ୍ତି ପାଖକୁ ଭିଡ଼ି
ନିର୍ବାଚନ ଶେଷେ ମାଡିବେନି ପାଖ
ଧରିବେ ଚୁଟିକୁ ଭିଡ଼ି।। 

Writer's Details: Satya Prakash Sethy
Content Category:
Submission Date: Dec 13, 2019