
ତୁମ ଭାବେ ଭାବେ ମୁହିଁ
ଭାବୁଛି କାହିଁ
ସେ ପ୍ରେମ ପ୍ରେମେ ମଗନ
ହେଉଛି ବାଇ
ଦେଖୁଥିଲି ଦେଖୁଛି ମୁଁ
ଦେଖୁଥିବି ତୋତେ
ନୀରବେ ନୀରବ ରହି
ନୀରବିଲୁ ସତେ
କହୁଥିଲେ କହୁଥିଲୁ
କହନ୍ତି ସଭିଏଁ
ମାୟାଧର ମାୟାଜାଲେ
ମାୟା କଲୁ ମୋତେ।
ମୋ ନୟନେ ନୟନ ତୋ
ପାରୁନୁ ମିଶାଇ
ଗୋପନେ ଗୋପନ ହୋଇ
ରହୁ ଗୋପ୍ୟ ହୋଇ।
ମୁ ଜାଣେ ତୁ ମୋର କଥା
ନିତି ନିତି ଭାବୁ,
ଶୟନେ ସପନେ କିଆଁ
ମୋତେ ପ୍ରବୋଧିବୁ।
ଯେତେ ଦୂରେ ଥିଲେ ବି ତୁ
ତୋ ସପନେ ମୁଁ,
ଦର୍ଶନ ନ ଦେଲେ ବି ମୋ
ସପନରେ ତୁ।
ଏଥର ଡୋରି ଲଗେଇ
ତୋ ପାଖକୁ ନେ,
ବାସଚନ୍ଦନ ବୋଳିବି
ଦେଇଛୁ ସପନେ।
ପ୍ରଣତି ମହାପାତ୍ର
ବାଲେଶ୍ଵର
