ସ୍ମୃତିର ଦିବସ ଶୁଭ ଅବକାଶ
ବିବାହ ବାର୍ଷିକୀ ପର୍ବ ,
ଉଚ୍ଛୁଳି ପଡୁଛି ସଵୁ ପ୍ରେମ ସ୍ମୃତି
ନିଆରା ଏ'ଅନୁଭବ ! !

ପ୍ରେମ ବନ୍ଧନର ଏ'ମହା ପରବ
ଜୀବନର ସ୍ମୃ୍ତି ଛବି ,
ଦୁଇଟି ଆତ୍ମାର ମିଳନ ସୌଭାଗ୍ୟ
ପବିତ୍ର ଦିବସ ତିଥୀ ! !

ଆହେ ପ୍ରିୟତମ ମନର ମଣିଷ
ହୃଦୟର ରାଜା ମୋର ,
ଏ'ଶୁଭ ଦିବସେ ପ୍ରେମର ପରଶେ
ଅଜାଡିବା ପ୍ରୀତି ନୀର ! !

ବାଇଶି ବରଷ ହୋଇଲା ପୁରଣ
ବିବାହ ବାର୍ଷିକୀ ଧନ ,
ଆଜି ପରାଦିନେ ବିବାହ ବେଦୀରେ
ବସିଥିଲେ ଦୁଇମନ ! !

ବୈଶାଖ ଶୁକ୍ଳର ବିବାହ ଦିବସ
ଊନବିଂଶ ଶତାନବେ ,
ଦଶ ତାରିଖର ଏ' ମହାମିଳନ
ମହାସ୍ମୃତି ଅନୁଭବେ ! !

ମୁଁ'ତୁମ ପ୍ରେମର ପ୍ରୀତିର କାଞ୍ଚନ
ହୃଦୟର ରାଜ ରାଣୀ ,
ସଵୁ ଜନମରେ ରହିବି ସାଥିରେ
ହେ' ପ୍ରିୟ ରଞ୍ଜନ ମଣି ! !

ସୁରମ୍ୟ ଆବାସେ ପ୍ରୀତିଛବି ଭାସେ
ସଵୁତୁମ ଅବଦାନ ,
ଆମ ଟିକିବସା ହସୁଛି ସର୍ବଦା
ତୁମରି ସ୍ଵୀକୃତି ଧନ ! !

ଶାବକ ବିଭବ ପ୍ରୀତିର ସନ୍ତକ
ବବୁଲ ସୁପୁତ୍ର ଜ୍ୟୋତି ,
ଦୀପ୍ତିମୟୀ ରେଶ୍ମା ଆମ ସୁନା କନ୍ୟା
ଉଚ୍ଛୁଳି ପଡୁଛି ପ୍ରୀତି ! !

ବିଗତ ଦିନର ସ୍ମୃତିର ଝଲକ
ଲାଗେ ଆଜି ନୂଆ ନୂଆ ,
ପାଳୁଛି ମୁଁ'ଆଜି ବିବାହ ବାର୍ଷିକୀ
ଲିପିବଦ୍ଧ ହେଵ ନାଆଁ ! !

ହେ'ମା ହିଙ୍ଗୁଳା ହେ' ମାଆ ମଙ୍ଗଳା
ସହାୟ ହୋଇବୁ ମାତା ,
ତୋହରି ଆଶ୍ରିତ ମୋ'ସଂସାର ସତ
ହେ'ମାଆ ଜଗତ ଜୀତା ! !

ଆହେ' ଶିବ ଶମ୍ଭୁ କୃପାମୟ ବିଭୁ
କରୁଛି ବିନତୀ ଅଳି ,
ସୁଖ ସମୃଦ୍ଧିରେ ରଖହେ' ସଂସାରେ
ମୁଁ'ତୁମ କାଞ୍ଚନ ବାଳୀ ! !

ଅଚିରେ ପାଳିବି ବିବାହ ବାର୍ଷିକୀ
ଆହେ ପ୍ରଭୁ ଜଗନ୍ନାଥ ,
ମୋ' ଶଙ୍ଖା ସିନ୍ଦୁର ତୁମ୍ଭ ଆଶିର୍ବାଦ
ଶ୍ରୀଚରଣେ ପ୍ରଣିପାତ ! !


ରଚନା : Sadananda Sahoo

ଠିକଣା : Dhurusia , Athagarh , Cuttack ଦୂରଭାଷ : 7978517998