କବିତା - ପ୍ରିୟା ପାଇଁ କବିତା - ପ୍ରଦୀପ କୁମାର ପ୍ରଧାନ

0
ମନ କାଗଜରେ ଭାବର କାଳିରେ
ଲେଖୁଛି ହୃଦୟ ଭାଷା,
ଅତି ଯତନରେ ସାଇତି ଥିଲି ମୁଁ
ପ୍ରେମର ଏ ପରିଭାଷା ।।

ପରଖି ନଥିଲି ପ୍ରଗାଢ଼ତା ଯେଣୁ
ନଥିଲା ତେଣୁ ଭରଷା,
ଚୋରା ଚାହାଣିରେ ମନ ଚୋରି କଲ
ସଂଚରିଲା ମନେ ଆଶା ।।

ପଢ଼ି ନିଅ ଥରେ ପ୍ରିୟତମା ସାଜି
ପ୍ରେମ ଅଞ୍ଜନ ଲଗାଇ,
ମୋ ମନ ମନ୍ଦିରେ ଅଧିଷ୍ଠାତ୍ରୀ ଦେବୀ
ତୁମେ ସବୁ ଦିନ ପାଇଁ ।।


ରଚନା : ପ୍ରଦୀପ କୁମାର ପ୍ରଧାନ

ଠିକଣା : ଅଧ୍ୟାପକ,  ଇଂରେଜୀ ବିଭାଗ, ଡି.ଏ.ଭି. ପବ୍ଲିକ ସ୍କୁଲ, ବ୍ରହ୍ମପୁର,  ଦୂରଭାଷ : ୮୭୬୩୬୨୯୨୮୨

Post a Comment

0Comments
Post a Comment (0)