କବିତା - ସନ୍ଧ୍ୟା ନଇଁ ନଇଁ ଆସୁଛି - ପ୍ରଦୀପ କୁମାର ପ୍ରଧାନ

0
ବେଳ ରତ ରତ ତନୁ ମନ କ୍ଲାନ୍ତ
ଯାତ୍ରା ପଥ ବାକି ରହିଛି,
ଚାଲିବାକୁ ହେବ ପଥ ବହୁ ଦୂର
ସନ୍ଧ୍ୟା ନଇଁ ନଇଁ ଆସୁଛି ।।

ରାତ୍ରିର କବରୀ ଢ଼ାଙ୍କିବା ଆଗରୁ
ଖୋଜିବାକୁ ହେବ ଠିକଣା,
କେତେ ଦୂରେ ଉଭା ପାନ୍ଥଶାଳା ଯେ
କରିବାକୁ ହେବ କଳନା ।।

ଫେରିବାକୁ ଆଉ ଫୁରୁସତ କାହିଁ
ଅସ୍ତାଚଳେ ରବି ଡୁବୁଛି,
ସଅଳ ସଅଳ ଚାଲିବାକୁ ହେବ
ହାତ ଠାରି ପଥ ଡାକୁଛି ।।


ରଚନା : ପ୍ରଦୀପ କୁମାର ପ୍ରଧାନ

ଠିକଣା : ପି.ଜି.ଟି., ଇଂରେଜୀ, ଡି.ଏ.ଭି. ପବ୍ଲିକ ସ୍କୁଲ, ବ୍ରହ୍ମପୁର,  ଦୂରଭାଷ : ୮୭୬୩୬୨୯୨୮୨

Post a Comment

0Comments
Post a Comment (0)