(୧)
"ପୃଥିବୀ ନିଜର ମାଧ୍ୟାକର୍ଷଣ ବଳ ମାଧ୍ୟମରେ ଯେମିତି ଗଛରୁ ପାଚିଲା ଫଳକୁ ନିଜ ଆୟତକୁ ଆଣିପାରେ ମନୁଷ୍ୟ ସେମିତି ନିଜର ଈଶ୍ବରୀୟ ଭକ୍ତି ଓ ସୃଜନଶୀଳତା ବଳରେ ସମାଜର ସମସ୍ତ ଭଲଗୁଣକୁ ନିଜ ଆୟତରେ ଗ୍ରହଣ କରିଥାଏ ଏବଂ ସମାଜକୁ ସଂସ୍କାର ଆଣିବା ପାଇଁ ପ୍ରୟାସ ଜାରି ରଖିଥାଏ । ସୂର୍ଯ୍ୟଙ୍କ ମହାକର୍ଷଣ ବଳ ଦ୍ବାରା ପ୍ରତ୍ୟେକ ଗ୍ରହ ଯେମିତି ସୂର୍ଯ୍ୟଙ୍କ ଚତୁଃପାର୍ଶ୍ବରେ ଘୂରି ବୁଲନ୍ତି ମନୁଷ୍ୟ ସେମିତି ସମାଜର ସତ୍ ମାର୍ଗ, ସତ୍ ଧର୍ମ, ସତ୍ କର୍ମ, ସତ୍ ଚିନ୍ତନର ଚତୁଃପାର୍ଶ୍ବରେ ଘୂରି ବୁଲିବା ଉଚିତ" ।

(୨)
"ଦୁଃଖ, ମଣିଷ ଜୀବନରେ ସମସ୍ତଙ୍କ ପାଖକୁ ଆସେ ଯଦି ତା'କୁ ଧୈର୍ୟ୍ଯ ସହ ସମ୍ମୁଖିନ କରିପାରିବ, ତାହା ହେଲେ ସେ ଦୁଃଖ ଅତ୍ୟନ୍ତ ସୁଖ ପରିଣତ ହୁଏ" ।

(୩)
"ମଣିଷ ଯେତେ ସବୁ ସତ୍ କର୍ମ, ସତ୍ ଧର୍ମ, ସତ୍ ଚିନ୍ତନ, ସତ୍ ବ୍ଯବହାର, ଯେତେ ସବୁ ନିଜସ୍ୱ ପରିଚୟ ଯଦି ଈଶ୍ବରଙ୍କ ପାଦ ତଳେ ଅର୍ପଣ କରି କହିଦିଏ ହେ ଈଶ୍ବର ଏ ସବୁ ତୁମରି ଦାନ, ତା'ହେଲେ ସେହି ମଣିଷର ଶରୀରୁ ଅହମ୍ ଭାବ ଦୂର ହୋଇ ଈଶ୍ବରଙ୍କ ସତ୍ତା ଲାଭ କରିବାର ପରମ ସୌଭାଗ୍ଯ ପାଇଥାଏ" ।

(୪)
"ଜୀବନ ଏକ ଈଶ୍ବରଙ୍କ ଦାନ, ଅହଙ୍କାର ଦ୍ବାରା ପତନର ସମୟ ଆସେ । ପତ୍ରି ବି ହଲୁଥାଏ ଈଶ୍ବରଙ୍କ ଇସାରାରେ, ଜୀବନକୁ ପ୍ରେମରେ ସଜିତ କର ଈର୍ଷାରେ ନୁହଁ "। 

(୫)
"ଆପଣଙ୍କ ମସ୍ତକେ ସଦାସର୍ବଦା ଈଶ୍ବରଙ୍କ କୃପାବୃଷ୍ଟି ହୁଏ, କେହି ଚାହିଁଲେ ବି ଆପଣଙ୍କୁ ପଥଭ୍ରଷ୍ଟ କରି ପାରିବେ ନାହିଁ , ଯଦି ଆପଣ ଈଶ୍ବରଙ୍କ କାର୍ଯ୍ୟ ଭାବି ପ୍ରତ୍ୟେକ କାର୍ଯ୍ୟ ସମାପନ କରୁଛନ୍ତି " ।



ରଚନା : ଭଜରାମ ସେଠୀ

ଠିକଣା : ନିରାଳ, ଆସିକା, ଗଞ୍ଜାମ,  ଦୂରଭାଷ : ୯୫୬୬୮୭୬୫୦୪