ତୋ ରଥରେ ଲାଗିଛି ରେ
କେତେ ଯେ କାଠ ।
ଛଅ ଖଣ୍ଡ ବାଉଁଶ ରେ
ହେବ ମୋ ରଥ।। ୧
ତୋ ରଥକୁ ଟାଣୁଥିବେ
ଜଗତ ଲୋକ ।
ମୋ ରଥକୁ ବୋହିନେବେ
ଚାରୋଟି ଲୋକ।। ୨
ତୁ ସିନା ବାହୁଡିବୁ
ତୋ ଶିରିମନ୍ଦିର ।
ବାହୁଡି ଯିବି ପଥ ରେ
ମୁଁ ଯମ ପୁର ।।୩
ଆନନ୍ଦ ରେ ଟାଣୁଥିବେ
ତୋହରି ରଥକୁ।
ଲୁହରେ ନେବେ ସ୍ବଜନ
ସମଶାନ ପଥକୁ । । ୪
ଅଟକିବ ତୋ ରଥ
ଗରୁଡ ସ୍ତମ୍ଭରେ ।
ମୋ ରଥ ରହିଯିବ
ମଶାଣି ଭୁମିରେ ।। ୫
ରଥ ଛାଡି ଚାଲିଯିବୁ
ରତ୍ନ ସିଂହାସନ ।
ଦେହ ଛାଡି ଚାଲିଯିବି
ଅମର ଭୂବନ ।। ୬
ତୋତେ ପୂଜୁଥିବେ ପରା
ସଂସାର ଲୋକ ।
ମୋ ସଂସାର ଭାସିଯିବ
ବୁହାଇ ଲୋତକ।। ୭
ତୋ ସାଙ୍ଗରେ ଥିବେ ତୋର
ଭଉଣୀ ଭାଇ ।
ସାଥେ କେ ନଥିବେ ମୋର
ଯିବି ଏକା ହୋଇ ।। ୮
ବାହୁଡା ଯାତ୍ରା ସରିବ
ନଅ ଦିନରେ ।
ମୋ ଯାତ୍ରା ସରିଯିବ
ଏହି ଜନ୍ମ ରେ ।। ୯


ରଚନା : ଅଜୟକୁମାର ସାହୁ

ଠିକଣା : ବାସୁଦେବପୁର, ବନମାଳୀପୁର, ଖଣ୍ଡପଡା ନୟାଗଡ଼, ବର୍ତ୍ତମାନ ଠିକଣା - ଆସିକା, ଗଞ୍ଜାମ, ଦୂରଭାଷ : 9439338890