
ଫେରିବନି ଆଉ ସେହି
ଏଇ ଜନମର ଅଭିନୟ ସାରି
ମଂଚରୁ ବିଦାୟ ନେଇ(୦)
କେତେ ପରକାରେ ରଙ୍ଗ ମାଖି ହୋଇ
ବିତାଇଲୁ ଯେତେ ଦିନ
ଚାଲିଗଲା ବେଳେ କେହି ଯିବେ ନାହିଁ
ସାକ୍ଷୀ ରହିବ ଶଶ୍ମାନ
ଜଳୁଥିବ ଜୁଈ ହୁତୁ ହୁତୁ ହୋଇ
ଅଶ୍ରୁ ନିଗାଡିବେ କେହି(୧)
ଭଲ କାମ ଯଦି କରିଥିବୁ କେବେ
ଅପାସୋରା ହେବ ସ୍ମୃତି
ମନେପକାଇବେ ଜଣେ ହେଲେ କେହି
ଜୀବନ ହୋଇଲେ ଇତି
ଜୀବ ଥାଉ ଥାଉ ସଜବାଜ ହୁଅ
ନିରାଟ ସତ ଯେ ଏହି(୨)