(ଣ-ଚମ୍ପୁ) (ପ୍ରଥମ ଭାଗ) ରାଗ-ତୋଡି ପରଜା/ଆଦିତାଳ

ଅମରେଶାନନ ଚାହିଁ ପଦ୍ମାସନ
ଏ ସୁତ ଆମ୍ଭ ଭଗାରୀ
ଅଖଣ୍ଡ ପ୍ରତାପ ନାହିଁ ପରିମାପ
ନାଶିବ ଆମ୍ଭ ଭଗାରି ||
ଅରାତି ନାଶିବ ଅଗ୍ରଗଣ୍ୟ ହେବ
ହୋଇ ସଙ୍କଟ ସନ୍ଧାନୀ
ଅଗ୍ନିକଳ୍ପ ସୁତ ହୋଇଛି ବିହିତ
ହୋଇଲେ ଦେବ ସେନାନୀ ||
ଅତୃପ୍ତ ସୁମନା ନହୁଅ ବିମନା
ଶତ୍ରୁ ନାଶିବ ଏ ସୁତ
ଅଜର ଆକୁଳ ହରିବ ଦୁର୍ବଳ
କୁ ସାହା ହୋଇ ଅଜିତ ||
ଅଧ୍ୱଗା ର କୂଳେ ଶରବଣ ସ୍ଥଳେ
ପ୍ରଥମେ ପଡିଲେ ଯେଣୁ
ଅନେକ ନାମରୁ ଶରଜନ୍ମ ଭାବରୁ
ନାମ ଏକ ହେବ ତେଣୁ ||
ଅବଳା କୃତ୍ତିକା ଗରଭୁ ଏ ଏକା-
କାର ହୋଇ ହେଲେ ଜନ୍ମ
ଅଞ୍ଚିତ କୁ ଜଣା କି ଅବା ଏଷଣା
ହେବ କାର୍ତ୍ତିକେୟ ନାମ ||
ଅକ୍ଷତଯୋନି ଷ- ଡ କନ୍ୟା ଗର୍ଭୁ ସ-
ମ୍ଭୁତ ହୋଇଛି କୁମର
ଅବଶ୍ୟ ନିର୍ଣ୍ଣୟ ହୋଇବ ନିଶ୍ଚୟ
ନାମ ଏକ ଷଣ୍ମାତୁର ||
ଆକୁଳ କ୍ରନ୍ଦନ ଗରଭେ ନନ୍ଦନ
କରିଥିଲେ ଯେ ମଣ୍ଡିିିତ
ଆହିତଲକ୍ଷଣ ସ୍କନ୍ଦ ନାମେ ଜାଣ
ସଂସାରେ ହେବେ ପୂଜିତ ||


ରଚନା : ହେମନ୍ତ କୁମାର ବରାଇ

ଠିକଣା : ରୁଷୁଡା, ବରଗଡ,  ଦୂରଭାଷ : 8917518774