କାହିଁ ପାଇଁ ମନେ
ଗର୍ବ ଅହଂକାର
ମିଛ ମାୟା ଏ ସଂସାର,
ଆଜି ଯେ ନିଜର
କାଲି ହେବ ପର
କେହି ନୁହେଁ ଆପଣାର ।୧।

ଶରୀରରେ ଆତ୍ମା
ବିରାଜିତ ବୋଲି
ହେଉଛୁ ତୁ ଆତଯାତ,
ଆତ୍ମା ପକ୍ଷୀ ତତେ
ଛାଡି ଉଡିଗଲେ
ଲୋକେ କହିବେ ରେ ମୃତ ।୨।

ପଞ୍ଚଭୂତେ ଗଢା
ଆମ ଏ ଶରୀର
ମାଟିରେ ଲିନ ହୋଇବ,
ଜନମ ର ମାନେ
ମୃତ୍ୟୁ ଅଛି ଲେଖା
ତାକୁକେ ରୋକି ପାରିବ ।୩।

ଧନ ଓ ସଂପଦ
ସବୁ ରହିଯିବ
ସଙ୍ଗରେ ନଯିବ କିଛି,
ସ୍ମୃତି ତୋ ରହିବ
ପୁଣ୍ୟ କର୍ମ ଫଳେ
ଥିବୁଧନ ଯଦି ସଞ୍ଚି ।୪।

ମଲା ଗଲା ବୋଲି
ଦିଘଡି କାନ୍ଦିବେ
ମନରୁ ଦେବେ ପାଶରି,
ଲୋଭ ଓ ମୋହରେ
କାହିଁକି ପଡୁ ତୁ
ମୁଖେ ଧର ପ୍ରଭୁ ହରି ।୫।

ସଂସାର ସାଗରେ
ଜୀବନ ନଉକା
କର୍ମ ଫଳର ବଣିଜ,
ପାପ କର୍ମେ ଦୁଃଖ
ପୁଣ୍ୟ ଫଳେ ମୁକ୍ତି
ମନରେ ହେ ନର ହେଜ ।



ରଚନା : ଅକ୍ଷୟ କୁମାର ବେହେରା

ଠିକଣା : କେନ୍ଦୁଡିହା, ବଡସାହି, ମୟୂରଭଞ୍ଜ,  ଦୂରଭାଷ : 9348819917