
ବାଛି ଥିଲୁ ଜାଗା ଖୋଜି ଖୋଜି,
କେତେ ରକମର ଆୟୋଜନ ମାନ
କରି ଥିଲୁ ମିଶି ମନ ମଜ୍ଜି ।।
ରଖିବାକୁ ହୁଏ କେତେ ଧ୍ୟାନ
ସେହି ଅନୁସାରେ ଆୟୋଜନ,
ଅନେକ କଷ୍ଟରେ ଅନେକ ଯତନେ
ସଫଳ ହୁଅଇ କାର୍ଯ୍ୟ ଜାଣ ।।
ସଭିଏଁ କରନ୍ତି ଉପଭୋଗ
କ୍ଵଚିତ ଦିଅନ୍ତି ସହଯୋଗ,
ସଭିଙ୍କର ଖୁସି ଥାଏ ଯେଣୁ
ସମୟ କରନ୍ତି ବିନିଯୋଗ ।।
ଚାନ୍ଦା କରି ଟଙ୍କା ହୁଏ ଜମା
ତହିଁରେ ହୁଅଇ ସବୁ କିଣା,
ପନି ପରିବାଠୁ ଖାଦ୍ୟ ପେୟ ଯାଏ
ଆଉ ଯେତେ ଦ୍ରବ୍ୟ ଲୋଡ଼ା ସିନା ।।
ଛୁଟି ଦିନ ଟିଏ ହୁଏ ଧାର୍ଯ୍ୟ
ନଥିବାରୁ ଯେଣୁ କେଉଁ କାର୍ଯ୍ୟ,
ହରଷ ମନରେ ବାହାରନ୍ତି ସର୍ବେ
ନାନା ରଙ୍ଗେ ହୋଇ ସଜବାଜ ।।
ନୂଆ ନୂଆ ଜାଗା ଆକର୍ଷଣ
ଲାଗେ ନାହିଁ କେବେ ଥକ୍କାପଣ,
ହସ ମଉଜର ମୂହୁର୍ତ୍ତ ମାନଙ୍କୁ
ସେଲଫିରେ ବାନ୍ଧିବା ନିଶ୍ଚେ ଭିନ୍ନ ।।
ବୁଲି ବୁଲି ଯେବେ ଥକ୍କା ଲାଗେ
ପେଟ କଥା ମନେ ପଡ଼େ ତେବେ,
ପଲାଉ ସହିତ ମାଂସର ବ୍ୟଞ୍ଜନ
ଖଟା ମିଠା ଖାଦ୍ୟ ଆଉ ଯେତେ ।।
ଆଖି ଭରି ଗଲେ ପେଟ ପୂରିଗଲେ
ବାହୁଡିବା କଥା ପଡ଼େ ମନେ,
ଭିନ୍ନ ଏକ ଦିନ ଅନୁଭୂତି ଟିଏ
ସ୍ମୃତି ହୋଇ ରହି ଯାଏ ମନେ ।।