ସାଧୁ ମୁଖେ ଶୋଭା ସାଧନା କରମ
ଅସାଧ୍ୟକୁ କରି ସାଧ୍ଯ,
ନିତ୍ୟ କୃତ୍ଯ ସତ୍ୟ ପ୍ରତି ବାକ୍ୟ ଭେଦ୍ଯ
ସିଦ୍ଧି ସିଦ୍ଧ୍ଯ ବୃତ୍ତି ବାଧ୍ୟ ।

ଶୌଚ ସଙ୍ଗେ ଶୌଚ ଶୈବ ସୌର ଶକ୍ତି
ଶୋଭା ଆଭା ପ୍ରାତଃ ପ୍ରାପ୍ତି,
ଅଶୁ ବର୍ଣ୍ଣେ କାନ୍ତି କାନ୍ତ ପାଶେ ଶାନ୍ତି
କାଷାୟ କିରଣେ ଭକ୍ତି ।

ଅର୍କକ୍ଷେତ୍ରେ ଅର୍କ ଦ୍ବୀଜ ପ୍ରୀତି ସ୍ବର୍ଗ
ହୁଳହୁଳୀ କଳକଣ୍ଠି,
ଅର୍କମୁଖୀ ନେତ୍ର ଗୁପ୍ତ ଗୁପ୍ତେ ସୂତ୍ର
କର ସ୍ପର୍ଶେ ଖୋଲେ ଗଣ୍ଠି ।

ମଧୁଜା ଯାମିନୀ ଶିଶିରେ ଅନ୍ଧୁଣୀ
ମିହିର ଖୋଜେ ବାୟାଣୀ,
ରଜନୀ ସରିନି ପ୍ରଭାତ ଆସିନି
କୁଆଁ ତାରାର ଚାହାଣୀ ।

ସେ ପୀୟୂଷ ଭାଷି ପୀୟୂଷ ସାଗରେ
ନୀଳବସ୍ତ୍ରା ଉର୍ମିଦେହୀ,
ରମ୍ଭା ସେ ଉର୍ବଶୀ ହୀରା ନୀଳା ମୋତି
ନଈସ୍ରୋତ ହଜେ ଯହିଁ ।

ଜ୍ଞାନୀ ଜ୍ଞାତ ଜ୍ଞାନୀ ଅଜ୍ଞାନକୁ ତେଜି
ସିଲଟ ଲଭୁ ଉଲ୍ଲାସ,
ଝର ଠାରୁ ନଈ, ନଈ ଅନ୍ତ ସିନ୍ଧୁ
ସିଲଟୁ ମିଳୁ ପୀୟୂଷ ।


ରଚନା : ଭଜରାମ ସେଠୀ

ଠିକଣା : ନିରାଳ, ଆସିକା, ଗଞ୍ଜାମ,   ଦୂରଭାଷ : 9566876504