
ସେ ମୋ ଶାଶୁଘର ଗାଁ
ଚିତା ମୋ ଜଳିବ ସେଇଠି ଜାଣିଛି
ପୂଣ୍ୟ ଓରାଳି ନାଁ ।
ମୋ ଠାକୁର ଘର ଭାବେ ଚାରିଧାମ
ପୂଜୁଛି ସକାଳ ସନ୍ଧ୍ୟା
ସ୍ବର୍ଗ ସୁଷମାର ଭରା ପରିବାର
ବାସ ତା ରଜନୀଗନ୍ଧା ।
ତା ଛାତରେ ଦେଖେ ମୁକ୍ତ ଆକାଶ
ହସୁଥାଏ ମୋତେ ଚାହିଁ
ସେଇ ଗାଁ ଘର ମୋ ଛୋଟ ପରିବାର
ଦେଉଥାଏ ମନ ମୋହି।
ତାକୁ ଛାଡିଦେଲେ ଜୀବନରେ ମୋର
ସୁଖ ସତେ ଆଉ କାହିଁ
ଚିରନିଦ୍ରା ଯିବି ତା'ରି କୋଳରେ
ଲୋଡା ଆଉ କିଛି ନାହିଁ ।