
ଖୋଜଇ ମୁଁ ସ୍ନେହ, ପ୍ରେମ,
ତୃଷା ବେଳେ ମୋତେ ଜଳ 'ନ' ଦିଶଇ
ଅଗ୍ନି ପରଶଇ ଜମ ।୧।
କେତେ ଆଶା ନେଇ ଭରସା ବାନ୍ଧିବା
କରିଦେଲୁ ସାତ ପର,
କି ଦୋଷ ମୋହର ହୋଇ ସ୍ବାର୍ଥପର
ଦେଲୁ ମୋତେ ଉପହାର ।୨।
ଗୋଟିଏ ଗଛର ଫୁଲ, ଫଳ ଆମେ
ଝୁଲୁଥିଲେ ଗୋଟେ ଡ଼ାଳେ,
ଧନ୍ଯ ମୁଁ ମଣୁଛି ଅପମାନ ପାଇ
ପଚିସଢ଼ି ବୃକ୍ଷ ତଳେ ।୩।
କାହାକୁ କହିବି ସଂସାର ଜଞ୍ଜାଳ
ଗୋଖର ଖୁଞ୍ଚର ପଥ, ?
ଚାଲିବାକୁ ମୋତେ କଷ୍ଟ ହେଉଅଛି
ପ୍ରାଣକୂଳେ ଦୁଃଖ ସ୍ରୋତ ।୪।
ସତ୍ୟ ଧର୍ମ ଲଙ୍ଘି ପାଦକୁ ଚଳାଇ
ନାତ ମାରେ ନିଜ ଜନ,
କାହାକୁ କହିଲେ କିଏ ସେ ବୁଝିବ ?
ଦୁଃଖି ବୁଝେ ଦୁଃଖି ମନ ।୫।
ମନଦେଇ ତୋତେ ଚିହ୍ନିଥିଲି ବୋଲି
ଦେଲୁ ଅଦିନିଆ ଝଡ଼,
ବୁଝେଇ ଦେଲୁ ତୁ' ସମ୍ପର୍କ ଏମିତି
ଭାଙ୍ଗିଦେଲୁ ମେରୁହାଡ଼ ।୬।
ସ୍ନେହ ଶ୍ରଦ୍ଧା କିବା ଊଣା ମୋର ଥିଲା
କହେ ଆଜି ଆଖି ଲୁହ,
ଏମିତି ମୋ' ପରି ଦୁଃଖର ସଂସାରେ
ସଂସାରୀ କେହି 'ନ' ହୁଅ ।୭।
ଗୋଟିଏ ଡ଼ାଳରୁ ଫଳ ଝଡ଼ିଗଲେ
ଆଉ' ନ' ହୋଇବେ ଯୋଡ଼ି,
କଷି ଫଳଟିକୁ କିଏ 'ବା' ପଚାରେ
ପାଦରେ ଦେବେ କଚାଡ଼ି ।୮।
ବଳି ପଡ଼ିଗଲି ମିଠା ରସ ଖୋଜି
ପିତାରେ 'ବି' ଗଣା ନୁହେଁ,
ଅଭିନୟ ମଞ୍ଚ ଅଭିନୟ ଶିକ୍ଷା
"ମିଛ ସମ୍ପର୍କ " 'ହିଁ' ଚାହେଁ ।୯।