କବିତା - ଗଣିତ ଦିବସ - ହାସ୍ୟମୟୀ ରାଜ୍

0
ସ୍ନିଗ୍ଧ ଶେଫାଳିର
ସ୍ଵଳ୍ପ ଜୀବନକୁ
ସାଥୀ କରି
ତମେ ଆସିଥିଲ
ଶ୍ରୀନିବାସ ରାମାନୁଜନ୍
ଗାଣିତିକ ଜ୍ଞାନର ପ୍ରଖର
ଦିବ୍ଯ ଦୃଷ୍ଟି ନେଇ,
ଜାଳିଦେଲ ବିପ୍ଳବର ବହ୍ନି
ଗଣିତ ଜଗତରେ
ବିନା ପ୍ରମାଣରେ
ଅସଂଖ୍ୟ ଉପପାଦ୍ୟ
ସ୍ରୁଷ୍ଟି କରିଦେଇ ।
ସଂକ୍ଷିପ୍ତ ଆୟୁଷ ନେଇ
ତମେ ହେଲ ଭାରତର
ଦକ୍ଷ ଗଣିତଜ୍ଞ
ତମ "ହଜିଯାଇଥିବା ଟିପା ଖାତା"
ଗଣିତ ଜଗତରେ ଭରିଦିଏ ଆଶା,
ଅଙ୍କନ କରେ ନିତି
ଦିଗନ୍ତ ବିସ୍ତାରୀ ତୁମ
ଗାଣିତିକ ଜ୍ଞାନର ନକ୍ସା।
ଡିସେମ୍ବର ବାଇଶି
ତମ ଜନ୍ମଦିନ ଆସେ
ପ୍ରତିବର୍ଷ ପରି
ଜାତୀୟ ଗଣିତ ଦିବସ ରୂପେ
ତୁମ କୀର୍ତ୍ତି ଗୌରବର
ଗାଥା ଗାଇ ଗାଇ,
କେତେ ନବ କେତେ ଭବ୍ୟ
ଗାଣିତିକ ଚେତନାର
ବାର୍ତ୍ତାକୁ ଶୁଣେଇ,
ଆଉ କହିଦିଏ କାନେ କାନେ
ଗଣିତ ବିନା
ଜୀବନ ଯେ କାହିଁ ??


ରଚନା : ହାସ୍ୟମୟୀ ରାଜ୍

ଠିକଣା : ଓରାଳି, ହାଟଡିହି, କେନ୍ଦୁଝର । ଦୂରଭାଷ :

Post a Comment

0Comments
Post a Comment (0)