
ଝରଣାର କୁଳୁ ଧ୍ବନି,
ହସ୍ତେ ହୁଏ ବାନ୍ଧି ମନେ ଯାଏ ଛନ୍ଦି
କବିତା (ସେ) ଅଭିମାନିନୀ "।୧।
"ମନ ମୋ' ହାଲକା ଦେଖିଲି ପ୍ରିୟାକୁ
ଗହନ କାନନ କୋଳେ,
ପଲ୍ଲବୀ ସଙ୍ଗତେ କୁସୁମ ସଜ୍ଜିତେ
ଧରା ଦେଲେ ଚିତ ସ୍ଥଳେ "।୨।
ଆସ ଆସ ସହୀ ସଙ୍ଗାତ ସଜନୀ
ଖେଳିବା ଗୋ ତୃପ୍ତି ଖେଳ,
ପାହାଡ଼ ଶିଖରୁ ସୂରୁଯ କିରଣେ
ବିଣିବା ରଶ୍ମି ସମ୍ବଳ ।୩।
ଝଲସି ଯିବେ ସେ କମନୀୟା ରତ୍ନା
କହିବେ ଉଲ୍ଲାସେ କଥା,
ପ୍ରୀତି ଫଗୁ ରଙ୍ଗେ ରଙ୍ଗିବେ ରଙ୍ଗିନୀ
ହସିଦେବେ ଟେକି ମଥା ।୪।
ଝର ଝରି ହେଜେ ନଈ ଅପଘନ
ନଈ ଝୁରେ ସିନ୍ଧୁ ଘନ,
କବିତା ଗୋ ତୁମେ କହିବ ବୁଝାଇ
କେମିତି ବୁଝିବ ମନ ।୫।
ଜୀବନରେ ତୁମ ବନ୍ଧୁ ହେବା ପାଇଁ
କରିଛି ଗୋ ମନେ ଟାଣ,
ପେଟ ଚା-ଖଣ୍ଡ ମୋ' ଖଳନାୟକ ସେ
ଫୁଟାଏ କ୍ଷୁଧା'ର ବାଣ ।୬।
ଭାରିଜା ତ ମୋର କଥା ବୁଝେ ନାହିଁ
ଗାରୁଗାରୁ ହୋଇ କହେ,
କବିତାକୁ ଯଦି ଛାଡପତ୍ର ଦେବ
ତୁମ ସଙ୍ଗେ ଘରେ ରହେ ।୭।
ଆଗୋ ନିରିମାଖୀ ପ୍ରାଣର ସ୍ପନ୍ଦନ
ତୁମ ବିନା ନୁହେଁ (ମୋ') ଦେହ,
ଛପି ଛପି ତୁମେ ନିରୋଳାରେ ଆସ
ଭକ୍ତି ପ୍ରେମ ଭାଷା କୁହ ।୮।
0 Comments
You can write now your valuable comments here. Off-topic comments may be removed or deleted without prior notice.