ଜୀବନ ମୋ ଯାଯାବର
ଆଜି ଏ ଶରୀର ଘର
କାଲି ଆଉ କାହାଠାରେ ଥିବ
ସକଳ ସେନେହ ସ୍ନାତେ
ଉଜାଡ଼ି ସପନ କେତେ
ପୁଣି ପର କରି ଚାଲିଯିବ ll

ହେଲେ ସେହି ପରଦେଶି
ଦେଇଛି ଅସୀମ ଖୁସି
ଆନନ୍ଦ ଲଭିଛି ମୁଁ ଅତୁଳ
ଦରଦୀ ହୃଦୟ ତାର
ମରମେ ପ୍ରୀତି ଅପାର
ମୁଁ ଫକୀର ସେ ମୋର ସମ୍ବଳ ll

ଯାହା ପାଇଁ ମୋ ନୟନ
ଦେଖିଲା ସାରା ଭୁବନ
ସୃଷ୍ଟିର ଏ ବୈଭବ ପସରା
କଳିଲି କଳ୍ପନା କେତେ
ସାଧିଲି ସାଧନା ଯେତେ
କିଞ୍ଚିତ ଆଉ ଅଛି ଅଧୁରା ll

ସେହି ମୋର ପ୍ରିୟ ସଖା
ଯା'-ପାଇଁ (ଏ) କବିତା ଲେଖା
ନାଚେ ଆଜି ମିଳନ ଲହରୀ
ସହିବାକୁ ଦିନେ ହେବ
ବିଦାୟରେ ଯାହା ଦେବ
ବିକଳ (ମୋ)ବୁକୁତଳ ବିଦାରି ll


ରଚନା : ବସନ୍ତ କୁମାର ପଣ୍ଡା

ଠିକଣା : ବଇଞ୍ଚା, ଇରମ, ଭଦ୍ରକ,  ଦୂରଭାଷ : 8979447036