ବୟସ ଜୀବନ ସମୟ 
କାହାର ବିରତି ନଥାଏ 
ସମସ୍ତେ ଅତିଗତିରେ ----
ଅବିରତ ଅନବରତ !
କାହାକୁ ଧରିବା ସାଇତିବା 
ଭାବନା ବହିର୍ଭୁତ. 
ଯିଏ ସରେ ସେ--- ବୟସ 
ଯିଏ ଝରେ ସେ ସମୟ 
ଯିଏ ଝରି କି ଅସରା ସିଏ ଜୀବନ --==
ସ୍ମୃତି ହୋଇ ରହେ 
କାହିଁକି ନା  ସେ  ସୌନ୍ଦର୍ଯ୍ୟର ---
ବିମୁଗ୍ଧପଣ ରେ ମନରେ ସାଇତା ହୁଏ 
ସୁରଭି ର ---ମନ ତଳେ ଥାଇ ମହକୁ ଥାଏ 
ଆଉ କିଛି  ନିର୍ବେଦ ଅମୋଘ ଆନନ୍ଦର--=
ହସେଇ ରସେଇ ମଜେଇ 
ମନକୁ ବିଭୋର କରେ 
ମୁଗ୍ଧ  ଆତ୍ମୀୟତା ର 
 ପ୍ରଲୁବ୍ଧ ପଣ ରେ.

ମିନତୀ ଦାଶ
ସା - ପୂର୍ଣ୍ଣଚନ୍ଦ୍ର ପୁର, ପୋଷ୍ଟ - ଭଂଜପୁର
ମୁର୍ଗାବାଡି, ବାରିପଦା, ଜିଲ୍ଲା - ମୟୁରଭଞ୍ଜ, ପିନ 757002
ମୋ -୯୪୩୮୪୭୮୬୫୭