
ଯେତକି ଥାଏସି ଦୁରତା,
ସେତେ ଦିନ୍ ତକ୍ ଜଳୁଥିବା ସତେ
ଆମର୍ ଜୀବନ୍ ସଲତା.
ଜୀବନ୍ ଆଏତ ପାଏନ୍ ଫୁଟକା
ତଥାପି ଭରମୁଁ କେତେ,
ଜନମ୍ ଥିଲେ ମରନ୍ ଟେ ଅଛେ
ପରଭୁ ହେଲେ ବି ସତେ.
ବଂଧୁ,ବାଂଧବ୍ କୁଟୁମ୍ ବାଟୁମ୍
ସବୁ ତ ଆଏ ବେକାର୍ ,
ପରାନ୍ ଛାଡଲେ ଅଛୁଆଁ କହେବେ
କରବେ ଛିଛି କାର୍ .
ମଶାନର୍ ଜୁଏ ସଜା ହେଇଥିବା
ଖଇ ଝିଂଟି ନେବେ ବୁହି,
ଜନମ୍ ମରନ୍ ଦୁଇଟା ଜିନିଷ୍
ଦୁନିଆଁରେ ସତ୍ ଭାଇ.
କିଏ କହୁଥିବା ବନେ ଲୁକଥିଲା
କିଏ ଦେଉଥିବା ଗାଲି,
କିଏ କାନ୍ଦୁଥିବା ଗୁଲ୍ ଗୁଲା ହେଇ
କିଏ ମାରୁଥିବା ତାଲି.
ଜୀଇଁଥିବା ଯାଏ ରାମ୍ ନାମ ଜପ
ଜୀବନ୍ ଟା ହେବା ସାର୍ ,
ମୁନୁଷ୍ ଜୀବନ୍ ତ ଦୁଇ ଦିନିଆଁ
ଛାଡ ଲୁଭ ଅହଁକାର୍ .
