
ଥିଲେ ଜଣେ ଭଦ୍ର ଲୋକ ,
ଦରିଦ୍ର ସେବା ହିଁ ଈଶ୍ବରଙ୍କ ସେବା
ସେ ଥିଲେ ତା'ର ପୂଜକ ।୧।
ଦରିଦ୍ର ମାନଙ୍କର ସେବା କରି ଛ
ଦୁଃଖିର ସେ ଦୁଃଖି ଥିଲେ,
ଘୃଣା ନ କରି କୌଣସି ରୋଗୀଙ୍କୁ
ଦୂରେଇ ଦେଉ 'ନ'ଥିଲେ ।୨।
ସେ ମହାନ ନେତା ସ୍ବାଧୀନ ସଂଗ୍ରାମୀ
ଜନ୍ମିଥିଲେ ସୁଆଣ୍ଡୋ ଗ୍ରାମରେ,
ପରୋଉପକାରୀ ବୀର ପୁରୁଷ ଭାବେ
ଖ୍ଯାତ ସମଗ୍ର ଦେଶରେ ।୩।
ମାତାଙ୍କର ନାମ ସ୍ବର୍ଣ୍ଣମୟୀ ଦେବୀ
ପିତାଙ୍କ ନାଁ ଦୈତାରୀ,
"ଏ' ସୁଯୋଗ୍ଯ ସନ୍ତାନକୁ ଜନ୍ମ ଦେଇ
ମାତା ଯାଇଥିଲେ ମରି ।୪।
ସେହି ମହାନ ପୁରୁଷଙ୍କର ନାମ
କିଏ ସେ କହିବ ଆସ,
ଏହି ଦେଶ ପାଇଁ ସ୍ବାଧିନତା ଆଣି
ରଖିଯାଇଛନ୍ତି ଯଶ ।୫।
ପରୋଉପକାରୀ ଦରିଦ୍ର ପୂଜାରୀଙ୍କୁ
ଆମେ ସ୍ମରଣ କରିବା ,
ତାଙ୍କ ପରି ଦିନେନା ଦିନେ ହେବା
ରାଣ ପକାଇ କହିବା ।୬।
