କବିତା - ଈଶ୍ଵର ନଥିବା ଗାଁ - ବଂଶୀଧର ମାଝୀ

0
ଆଜିବି ଖୋଜା ଚାଲିଛି ଇତିହାସ
ଯୋଡା ଚାଲିଛି ପୃଷ୍ଟା ପରେ ପୃଷ୍ଟା
ବିଗତ ଘଟଣା ମାନଂକର…

ହାତଗୋଡ ଛାଟି କାନ୍ଦୁଛି ଗାଁ ରାସ୍ତା
ଜବରଦସ୍ତି ଶାଢି ଟଣାଯାଉଛି
ମାତୃ ପ୍ରତିମ ଧରିତ୍ରୀର…

ଜୀବନ ଭିକ୍ଷା ମାଗୁଛି ପାହାଡ
ନେହୁରା ହୋଇ କାଂଦୁଛି ଝରଣା
କେହି ବୁଝନ୍ତିନି ତା ଭାଷା,
ଅଥଚ...
ମଶାଣିରେ ତୋଲା ଚାଲିଛି ଘର ।

ଆଜିକାଲି ଫୁଲ ବିଛାଉନି
ନିଘୋଡ ନିଦରେ ଶୋଇଛି ଶବରୀ
ଅନେକ ବର୍ଷ ହେବ
ଏଠାକୁ ଆସୁ ନାହାନ୍ତି ଈଶ୍ବର ।


ରଚନା : ବଂଶୀଧର ମାଝୀ

ଠିକଣା : ଫଟାମୁଣ୍ତା, ଘଣ୍ଟାପଡା, ବୌଦ୍ଧ‐୧୮,  ଦୂରଭାଷ : ୯୧୭୮୮୦୩୩୮୮

Post a Comment

0Comments
Post a Comment (0)