ୟାଡୁ ସାଡୁ ଲେଖି ଗାରିଆ ଖାତା
ରାତି ରାତି କବି ନାମକୁ ଜିତା !

ଟଙ୍କା ବଢ଼ାଇଲେ ମାନକୁ ଥୁଆ
ମାନପତ୍ର ହାତେ ହେଉଛି ଦିଆ !

ଜାଲ୍ ଅନୁଷ୍ଠାନ ସାହିତ୍ୟ ନାମେ
ଦଲାଲିରେ ବଡ଼ ଫାଇଦା କାମେ !

ମିଛ ବାହାନାରେ ଫସାଇ ଆଗ
ଲୁଟି ଲାଟି କେତେ ଖାଆନ୍ତି ବାଗ !

ଝିଅ ବୋହୂ ବୁଢ଼ୀ ପଡ଼ନ୍ତି ପାଲ
ଟୋକା ବୁଢ଼ା ଯେତେ ସାହିତ୍ୟ ଗେଲ !

ସାହିତ୍ୟର ମାନ କମୁଛି ସତ
ଗଧ ଏଠି ବୁଧ ନାଚୁଛି ଗୀତ !

ଓଡ଼ିଆଙ୍କ ଭାଷା ବିପତ୍ତି ବଢ଼େ
ସୁଧୀଜନ ମନ ଦୁଃଖରେ ସଢ଼େ !

ଅକବିର ଲେଖା ପକାନି ଆଖି
ବନ୍ଧୁ ବୋଲି ତାକୁ ଚଳାନି ରଖି !

ତ୍ରୁଟି ଯେତେ ଅଛି ସରବେ ଖୋଲ
ଅକବିକୁ କଳା ଲାଗିବ ଗାଲ !

ଖାତା କଲମକୁ ଫୋପାଡ଼ି ଦେବ
ସପନକୁ ଭୁଲି ବିରସ ହେବ !

ସାହିତ୍ୟର ମନ୍ଦ ଗନ୍ଧକୁ ବାରି
ବାସନ୍ଦରେ ତାକୁ ରଖିଥା ଘେରି !

ଆସରକୁ ତାକୁ ପୂରାନି ଜମା
ଭାଷା ସାହିତ୍ୟର ସୁରକ୍ଷା ବୀମା !

****************************
ତା.୨୯-୧୨-୨୦୧୯, ରାତ୍ର-୮ଘ.୩୨ମି.
****************************


ରଚନା : ତାରାପ୍ରସାଦ ଜେନା

ଠିକଣା : ରଣପୁର, ନୟାଗଡ଼,  ଦୂରଭାଷ : 9348054300