ଶିଶୁ କବିତା - ଭଲଲାଗେ ଯେଵେ - ପ୍ରକାଶ କୁମାର ଚାନ୍ଦ

0
ଭଲଲାଗେ ଯେବେ ଆକାଶଟା ସାରା
କଳା ମେଘ ଗଲେ ଘୋଟି
ଭଲଲାଗେ ଯେବେ ସେଇ ମେଘ ପୁଣି
ଭିଜେଇଲେ ଆସି ମାଟି ।

ଭଲଲାଗେ ଯେବେ ଫୁଲ ଫୁଟି ଗଲେ
ବଗିଚାଟା ସାରା ହସେ
ଭଲଲାଗେ ଯେବେ ସେଇ ଫୁଲ ପୁଣି
ମହମହ ହୋଇ ବାସେ ।।

ଭଲଲାଗେ ଯେବେ ପୂନେଇଁ ଆକଶେ
ଖିଲି ଖିଲି ହସେ ଜହ୍ନ
ଭଲଲାଗେ ଯେବେ ସେଇ ଜହ୍ନ ପୁଣି
କିଣିଲେ ଛୁଆଙ୍କ ମନ ।।

ଭଲଲାଗେ ଯେବେ ପାଚିଲା ଫସଲ
ପବନରେ ଖେଳେ ଦୋଳି
ଭଲଲାଗେ ଯେବେ ସେଇ ଫସଲକୁ
ଚାଷୀ ଆଣୁଥିଲେ ତୋଳି ।।

ଭଲଲାଗେ ଯେବେ ଅଙ୍କାବଙ୍କା ହୋଇ
ନଈ ଯାଉଥିଲେ ଵହି
ଭଲଲାଗେ ଯେବେ ସେଇ ନଈ ପୁଣି
ଗଲେ ବିଲ ବଣ ଦେଇ ।।

ଭଲଲାଗେ ଯେବେ ମାଆର କୋଳରେ
ଶିଶୁଟିଏ ଖେଳୁଥିଲେ
ଭଲଲାଗେ ଯେବେ ସେଇ ଶିଶୁ ପୁଣି
ଦୁନିଆରେ ନାଆଁ କଲେ ।।

ପ୍ରକାଶ କୁମାର ଚାନ୍ଦ
ଜୟପୁର ଶାସନ ପିପିଲି ପୁରୀ
ମୋ..୯୮୫୩୩୫୪୯୩୮


ରଚନା : ପ୍ରକାଶ କୁମାର ଚାନ୍ଦ

ଠିକଣା : ଜୟପୁର ଶାସନ, ପିପିଲି, ପୁରୀ,  ଦୂରଭାଷ : ୯୮୫୩୩୫୪୯୩୮

Post a Comment

0Comments
Post a Comment (0)