ଶିଶୁ କବିତା - ସୁନୁପାମ୍ପୁଡ଼ି ନେଲା ପିମ୍ପୁଡ଼ି - ଭଜରାମ ସେଠୀ

0
ସୁନୁପାମ୍ପୁଡ଼ି କିଣିଲେ ଅଜା ,
ଘରେ ଅଛନ୍ତି ପିମ୍ପୁଡ଼ି ରାଜା ।୧।
ଧାଡ଼ି କି ଧାଡ଼ି ଆସନ୍ତି ମାଡ଼ି,
ଟିକି କୁନାର କାନ୍ଦଣା ରଡ଼ି ।୨।
ଅଜା ଆଉଁସେ ରାଗରେ ଦାଢ଼ି,
ରହ ରହରେ ଦୁଷ୍ଟ ପିମ୍ପୁଡ଼ି ।୩।
ଖାଆନି କୁନାର ସୁନୁପାମ୍ପୁଡ଼ି
ବିଲେଇ ଭଳି ଦେବି ରାମ୍ପୁଡ଼ି ।୪।
ନଖରେ ତୋତେ ଦେବୁ ଚିମୁଡ଼ି ,
କୁନା ମୋ' ଦାନ୍ତ ଦେଲାଣି କାଢ଼ି ।୫।
କୁନାର ହସ ମୁହଁ ଦିଶିଲା,
ସୁନୁପାମ୍ପୁଡ଼ି ହସି ଖାଇଲା ।୬।
ଅଜା କହିଲେ କୁନାରେ କୁନା,
ପିମ୍ପୁଡ଼ି ଗାତକୁ ଟିକିଏ ଅନା ।୭।
ଖାଦ୍ୟ ନେଉଛି ପିଲାଙ୍କ ପାଇଁ ,
ଟିକି ପିମ୍ପୁଡ଼ି ହସନ୍ତି ଚାହିଁ ।୮।
ବଡ଼ ହୋଇଲେ ଜାଣିବୁ କଥା ,
ପିମ୍ପୁଡ଼ି କାମ ବରଷା ଗାଥା ।୯।
ସମୟ ତୋ'ର ହେଲାଣି ବାବୁ,
ସିଲଟ ଖଡ଼ିର ସାଙ୍ଗ ହୋଇବୁ । ୧୦।
ପାଠ ପଢ଼ି ତୁ ଘୋଡ଼ା ଚଢ଼ିବୁ,
ଜ୍ଞାନ ରାଇଜେ ରାଜାଟେ ହେବୁ ।୧୧।


ରଚନା : ଭଜରାମ ସେଠୀ

ଠିକଣା : ନିରାଳ,ଆସିକା, ଗଞ୍ଜାମ,   ଦୂରଭାଷ : 9566876504

Post a Comment

0Comments
Post a Comment (0)