ବିଷ୍ନୁ ଚରିତ ତ୍ୱରିତ କରିବ ହରଷ ଯେ।୧।
ବାମଦେବ ଦେବରାଜ ଗୁରୁ ସଙ୍ଗତିରେ।
ବିମନେ ସୁମନେ ଗଲେ କ୍ଷୀରସିନ୍ଧୂତୀରେ ଯେ।୨।
ବ୍ରହ୍ମାଣ୍ଡ କ୍ଷୋଭିତେ ଭୀତେ ବ୍ରହ୍ମା ପ୍ରମୁଖରେ।
ବିଶ୍ୱମ୍ବର ଭରସାରେ ସ୍ତୁତି କଲେ ଖରେ ଯେ।୩।
ବହିତ ଲୀଳା ରୋହିତ ରୋହିତ ମୁରତି।
ବେଗେ ଦରଦୈତ୍ୟ ବରଦାନେ ହେଲ ରତି ହେ।୪।
ବହି ଅମନ୍ଦମନ୍ଦର କୂର୍ମ ନମୋନମ।
ବାରିଧିଅମୃତ ମନ୍ତ୍ରୁ ଅମୃଉତ ଜନମ ଯେ।୫।
ବିପକ୍ଷେ ଦେବାରି ବାରି ପରଶିଲ ସୁଧା।
ବିଶ୍ୱମୋହିତ ମୋହିନିରୂପରେ ବିଶୁଦ୍ଧା ଯେ।୬।
ବରାହବର ବରହବର ସୁପଣ୍ଡିତ।
ବଲ୍ଲଭମହୀର ହିରଣାକ୍ଷକୁ ଖଣ୍ଡିତ ଯେ।୭।
ବପୁବନ୍ତ ହରି ହରି ପ୍ରହ୍ଲାଦ ପୁଣ୍ୟକୁ।
ବିଦାରିଲ କରୀପରି କରି ହିରଣ୍ୟକୁ ଯେ।୮।
ବାମନ ମନମୋହନ ହୋଇ ଭୂଦାନରେ।
ବଳିଷ୍ଠ ବଳିକି ଚାପି ଅଧୋଭୂବନରେ ଯେ।୯।
ବିଭୁ ଭୃଗୁବଂଶପର ପରଶୁ ଧାରଣ।
ବାହୁଜ ବାହୁସହସ୍ର ଦାରଣ କାରଣ ହେ।୧୦।
ବିଂଶକର କରଣୀକି ନାହିଁ ସରି ରକ୍ଷ।
ବିନତି ଉନ୍ନତିହୀନେ ଆମ୍ଭେ,ପ୍ରଭୁ।ରକ୍ଷ ହେ।୧୧।
ବୁଧ ବିବୁଧଙ୍କ ସ୍ତୁତି ଘେନି ଜମ୍ବୁଧର।
ବଶୀଭୁତ ହେଲେ ବସି ଗରୁଡକନ୍ଧର ଯେ।୧୨।
ବୋଇଲେ ପ୍ରବରବର ଦିଅ କାହିଁପାଇଁ।
ବେଭାରେ ତ୍ରିପୁରଭାର ଦୈତ୍ୟେ ଜାଣ ନାହିଁ ହେ।୧୩।
ବୋଇଲା ଯେ ପୂର୍ବ ପୂର୍ବଦେବେ ବଳେ ସାର।
ବିନାଶରେ କୀନାଶ ପ୍ରକାର ସଂସାର ଯେ।୧୪।
ବିହି ବିହିଲେ ଶୁଣି ତା କି ଭକ୍ତିବଚନ।
ବର କରୁଁ ଉଚିତେ ଏ ଚିତ୍ତେ ବିରଚନ ଯେ।୧୫।
ବିଲୋକନ ହେବ ନବ ନବ ଅବତାର।
ବିଧୂର ମଧୂରଲୀଳା ହୋଇବ ବିସ୍ତାର ଯେ।୧୬।
ବୃଷଭାସନେ ବୃଷଭାଷଣେ ଅତିର୍ତର।
ବିଭୋ ତାର ଯେଉଁ ନାମ ତାରକ ମନ୍ତର ଯେ।୧୭।
ବିହି ସେହି ମୁରତି ରତିଶକୋଟି ଜିତି।
ବାଞ୍ଛା ପୁରୁ ହେ ପୁରୁଷୋତ୍ତମ!ମୁଁ ଭାବିତ ହେ।୧୮।
ବିରୁପାକ୍ଷ ବୋଲିବାରେ ବାରେ କି ଶୋଚନ।
ବିକ୍ଷଣ ଲୋଭେ ଇକ୍ଷଣ ତିନି ମୁଁ ରଚନ ହେ।୧୯।
ବକ୍ତ୍ର ପାଞ୍ଚ ପାଞ୍ଚ ଏହି ବହି ସ୍ତୁତିକୃତେ।
ବହନ ବହ ସେ ରୂପ ମୋହରି ସ୍ୱକୃତେ ହେ।୨୦।
ବାସ୍ତୋଷ୍ପତି ପତିତ ଅଛନ୍ତି କେତେ ଭାଷି।
ବହ ସେ ରୂପ ସ୍ୱରୂପେ ନ ଯାନ୍ତୁ ସେ ଭାସି ହେ।୨୧।
ବିସ୍ୱକସେନ ସେନେହ କରି ଏ ଉତ୍ତରେ।
ବିଧୁ-କାଶ-ଜିତ ହାସ ପ୍ରକାଶି ସତ୍ୱରେ ଯେ।୨୨।
ବହିବି ନାହିଁ ମୁଁ ଅରି ଅରିମାଣରେ।
ବିରାଜ ମାନ ବି ରାଜ ନ ଚଢି ରଣରେ ଯେ।୨୩।
ବନୌକା ପ୍ରବଳ ବଳ ସଙ୍ଗ ହେବେ ହେଳେ।
ବୋଲିଣ ଅନ୍ତର ଯେ ଅନ୍ତର୍ଯ୍ୟାମୀ ହେଲେ ଯେ।୨୪।
ବୈଧାତ୍ର କଥିତ ସ୍ଥିତ ଏମାନ ପ୍ରସଙ୍ଗେ।
ବିଧିରେ ସାଧିରେ ଗଙ୍ଗାକୂଳେ ଋଷି ସଙ୍ଗେ ଯେ।୨୫।
ବିବେକ ସୁମନ୍ତ୍ର ସୁମନ୍ତର ଥିଲା ଯାଇ।
ବିଚାରିଲା ପଚାରିଲା ଭାବ ଉପୁଯାଇ ଯେ।୨୬।
ବୈଜୟନ୍ତୀମାଳାଧର ଧରଣୀକରତା।
ବର୍ଷଧରି କେଉଁ ଧରୀତ୍ରୀଶ କୁଳେ ରତା ଯେ।୨୭।
ବିଭ୍ରାଜିତ ଭବନରେ ବନରେ ହୋଇବେ।
ବାତ୍ସଲ୍ୟରସବତ୍ସଳ ହୋଇଣ ଦଇବ ସେ ? ୨୮।
ବିକଶିତ ଶୀତଳର ଧବଳ ପକ୍ଷରେ।
ବିହାୟସେ ଯଥା ବିହାର ସେ ଏ ଲକ୍ଷରେ ସେ।୨୯।
ବନ୍ଧୂବର୍ଗ ଜୀବଞ୍ଜୀବ ନୟନ ତୋଷିବେ।
ବ୍ୟକ୍ତେ ଭକ୍ତସରବ-କୈରବ ଉଲ୍ଲାସିବେ ସେ ? ୩୦।
ବୈରୀ-ପଦ୍ମଙ୍କର କର ହେବ ଆମୋଦିତ।
ବିଧୁ ନାମହିଁ ଏଣୁ କି ମହୀରେ ଉଦିତ ଯେ ? ୩୧।
ବୋଲେ ପ୍ରସନ୍ନେ ସନତକୁମାର ପେଶତେ।
ବର୍ତ୍ତିବେ ଯେ ଉତ୍ତରକୋଶଳେ ସେ କୁଶଳେ ଯେ।୩୨।
ବୋଲାଇବେ ଦାଶରଥି ରଥିଶ୍ରେଷ୍ଠ ହରି।
ବର୍ଣ୍ଣିବେ କବିତ୍ୱେ କବି ନେବେ ଚିତ୍ତ ହରି ସେ।୩୩।
ବାହୁଡି ସଚିବ ଶଚୀବରଭୁତି ଲଭେ।
ବନ୍ଦନ ଅଜନନ୍ଦକ କୌଶଲ୍ୟାବଲ୍ଲରେ ସେ।୩୪।
ବୃତ୍ତାନ୍ତ ତାତପର୍ଯ୍ୟରେ ସବୁ ଜଣାଇଲା।
ବୃଦ୍ଧକାଳେ ସୁଭାଗ୍ୟତା ପ୍ରବୃଦ୍ଧ ହୋଇଲା ଯେ।୩୫।
ବିକଳ କଳନା ହୋଇ କରୁଥିଲା ରଙ୍ଗ।
ବନଦନିନଦ କିବା ଶୁଣିଲା ସାରଙ୍ଗ ଯେ।୩୬।
ବାମଦେବ,ଜାବାଳି,ଯା-ବାଳି ଅରୁନ୍ଧତୀ।
ବେଗେ ମିଳିତ ଲଳିତ ଜଟାବର ଧୃତି ଜେ।୩୭
ବିମଳ ନଳିନ-ଲୀନ ଲପନେ ମନାଇ।
ବସୁମତୀଶ ଅତି ସହରଷ,ଅନାଇ ଯେ।୩୮।
ବୋଲୁଅଛନ୍ତି ଛତିଶ-କୁଳୀନ ଯମର।
ବଧ ଶୁଣିଲ ଜାଣିଲୁଁ ପରଶୂରାମର ଯେ।୩୯।
ବାରିଧି ମନ୍ଦ ମନ୍ଦର ନୃପଗଣେଶ୍ୱର।
ବିରଚନ ବଚନ ଆନନ୍ଦମୟ ସ୍ୱର ଯେ।୪୦।
ବୃହଭାନୁ ଭାନୁର ମୁଁ ଶୀତଳ ପାଇବି।
ବିନ୍ଧ୍ୟପରବତ ହସ୍ତ ଉପରେ ଥୋଇବି ଯେ।୪୧।
ବିକୁଷକୁ ମନେ କରେଁ କିରେ ଧରିବାକୁ।
ବାୟକୁ ପାଶେ ପକାଇ ପାଶେ ରଖିବାକୁ ଯେ।୪୨।
ବଶିଷ୍ଠ ଶିଷ୍ଟଉକ୍ତିକି ତହିଁ ପ୍ରକାଶିଲେ।
ବିଷୟ କି ସଂଶୟ କି ସୁମନ୍ତ୍ର ଭାଷିଲେ ଯେ।୪୩।
ବୁଝି ମୁନି ହସି ହସି ସମ୍ମତିକୁ ଇଚ୍ଛି।
ବାଲ୍ମୀକି ଭବିଷ୍ୟ ପୁରାଣକୁ ପୁରା ଇଚ୍ଛି ହେ।୪୪।
ବୈକୁଣ୍ଠ ବୈକୁଣ୍ଠପୂର ଶୂନ୍ୟ ପୂର୍ଣ୍ଣ ମୂର୍ତ୍ତି।
ବିଶେଷତ ଶୃତି ଅଛି ଶ୍ରୂତି ଯେ ସୂମୃତି ଯେ।୪୫।
ବାଞ୍ଛା ସେ ଅନୁସରଣ ଶରଣ ବିହିତ।
ବୈବସ୍ୱତକୁଳେ ସ୍ୱତଃ ଆମ୍ଭେ ପୁରୋହିତ ଯେ।୪୬।
ବେଳୁ ବେଳ ନୃପତି ଚିତ୍ତକୁ ଦ୍ରବାଇଲା।
ବିଧୂଶିକ ପରି ବିଧୂ ସେ ବାଣୀ ହୋଇଲା ଯେ।୪୭।
ବିତ୍ତ ବିତରଣ ସେହିଦିନୁ ସେ କାମରେ।
ବ୍ରତ ସର୍ଜିତ ପୂଜିତ ଅପୁଜ୍ୟ ଅମରେ ଯେ।୪୮।
ବୈଷ୍ଣବେ ଭୂସୁରେ ସୂରେ କରାଇ ମୋଦକୁ।
ବ୍ରହ୍ମଚର୍ଯ୍ୟେ କର୍ମ କୃତ କର୍ମଶୁଭଦକୁ ଯେ।୪୯।
ବିବେଚନାମାନ ମାନସରେ କରେ ନିତ୍ୟ।
ବ୍ୟବସ୍ଥିତେ ରଜନୀରେ ସୁସ୍ୱପ୍ନ ଜନିତ ଜେ।୫୦।
ବିତପନ ତପନବ ଶ୍ରୀ ସେ ନୃପୋତ୍ତମ।
ବିନାଶଇ ଦିନକୁଦିନ ସେ ଚିନ୍ତାତମ ଯେ।୫୧।
ବୋଲେ ଉପଇନ୍ଦ୍ର ଭଞ୍ଜ ଭଞ୍ଜନେ ଦୁରିତ।
ବାନପଦରେ ଆଦରେ ରଚିତ ଚରିତ ଯେ।୫୨।
ଛାନ୍ଦ - ୧୭
|
ଛାନ୍ଦ - ୧୮
|
ଛାନ୍ଦ - ୧୯
|
ଛାନ୍ଦ - ୨୦
|
ଛାନ୍ଦ - ୨୧
|
ଛାନ୍ଦ - ୨୨
|
ଛାନ୍ଦ - ୨୩
|
ଛାନ୍ଦ - ୨୪
|
ଛାନ୍ଦ - ୨୫
|
ଛାନ୍ଦ - ୨୬
|
ଛାନ୍ଦ - ୨୭
|
ଛାନ୍ଦ - ୨୮
|
ଛାନ୍ଦ - ୨୯
|
ଛାନ୍ଦ - ୩୦
|
ଛାନ୍ଦ - ୩୧
|
ଛାନ୍ଦ - ୩୨
|
ଛାନ୍ଦ - ୩୩
|
ଛାନ୍ଦ - ୩୪
|
ଛାନ୍ଦ - ୩୫
|
ଛାନ୍ଦ - ୩୬
|
ଛାନ୍ଦ - ୩୭
|
ଛାନ୍ଦ - ୩୮
|
ଛାନ୍ଦ - ୩୯
|
ଛାନ୍ଦ - ୪୦
|
ଛାନ୍ଦ - ୪୧
|
ଛାନ୍ଦ - ୪୨
|
ଛାନ୍ଦ - ୪୩
|
ଛାନ୍ଦ - ୪୪
|
ଛାନ୍ଦ - ୪୫
|
ଛାନ୍ଦ - ୪୬
|
ଛାନ୍ଦ - ୪୭
|
ଛାନ୍ଦ - ୪୮
|
ଛାନ୍ଦ - ୪୯
|
ଛାନ୍ଦ - ୫୦
|
ଛାନ୍ଦ - ୫୧
|
ଛାନ୍ଦ - ୫୨
|
0 Comments
You can write now your valuable comments here. Off-topic comments may be removed or deleted without prior notice.