
ପଙ୍କିଳ ଆବର୍ତ୍ତେ ପଙ୍କଜ-ସଜ୍ଜିତା।
ଯେସନେ ନୀରଦ ଢାଙ୍କେ ଦିବାକର,
ଶ୍ରୀବେଶ ବଞ୍ଚିତ କରଇ ନିକର।
ସଲଜ୍ଜ ବିମ୍ବିତ ବକ୍ଷସ୍ଥଳେ ଲମ୍ବେ,
ଦର୍ଶନେ ଯେସନେ ମୁଖ ପ୍ରତିବିମ୍ବେ।
ସୈକତ ଭେଦଇ ଦୀର୍ଘ ତଟ ପଥ,
ହୁଅଇ କି ସତେ ପଥିକ ବିପଥ?
ଆଠଗଡ ରାଜ୍ୟେ ଯାହାର କିରୀଟ,
ରଚୁଅଛି କୋଟି ଶିରୀ ପ୍ରେକ୍ଷାପଟ୍ଟ।
ପର୍ବତ ଉପରେ ଦୁର୍ଗ ଘେରା ଗଡ,
ରଚିଲା ପୁନଶ୍ଚ ଦେବର ଉହାଡ।