
ମାତ୍ର କେଇଘଡି ପାଇଁ
ବାସ୍ତବ ଜୀବନେ ତୁମେ ନାହଁ ବୋଲି
ଦିଶେ ଖାଲି ମୋର ଛାଈ ।
କେହି ନାହିଁ କେହି ନାହିଁ
ବାକି ଦିନ ସବୁ ବିତିବ ଏମିତି
ତୁମ ବାଟ ଚାହିଁ ଚାହିଁ ।
ମୋ ମନ ଅରଣ୍ୟ କୋଳାହଳ ଥିଲା
ଏବେ ଭାରି ନିଛାଟିଆ
କୁହୁଳା ସପନ ଏଇ ପୋଡା ମନ
ଆଜିବି ସେ ଅମାନିଆ ।
ଲଗାଇଲ ଯେଉଁ ନିଆଁ
ସାରା ଜୀବନକୁ ଜାଳୁଥିବ ମୋତେ
ନପାଇ ପ୍ରୀତିର ଛୁଆଁ ।
ଭଲ ପାଇଥିଲା ଯିଏ
ଅତି ସହଜରେ ମୋ ଠାରୁ ଦୁରେଇ
କେମିତି ଖୁସିରେ ରୁହେ ।
ଆଜିବି ମୁଁ ଭଲପାଏ
ଏଭଲ ପାଇବା କେବେ ମରିବନି
ମୁଁ ପଛେ ମରିଯାଏ ।
0 Comments
You can write now your valuable comments here. Off-topic comments may be removed or deleted without prior notice.