
ତୁମ ସରୁ ଅଳତାରେ
ପଳାଶ ଫୁଲରେ ଫଗୁଣ ଫେରଇ
ବାଟଭୁଲା ବସନ୍ତରେ,
ଅସଜଡ଼ା ତୁମ ଚୁନା କେଶ ଯେବେ
ମଳୟଟା ଲୁଚି ଛୁଏଁ
ପଠା କାଶତଣ୍ଡି ଜୁଡ଼ୁବୁଡ଼ୁ ହୁଏ
ଶୀତୁଆ କାକର ଲୁହେ ,
ତୁମବିନା ଲାଗେ ଶୂନ୍ୟତା ମେଳଣ
ବଞ୍ଚିବାଟା ବିଡ଼ମ୍ବନା
ବିଟପ ହୃଦୟ ବାସ୍ତବ ଏଡାଏ
ପ୍ରଭାତଟା ଆନମନା ।।

[Use latest version of web browsers for better optimization & browsing experience of this website.]