କବିତା - ତୁଚ୍ଛ ପ୍ରେମ - ସୁଶ୍ରୀ ମିନତି ମୟୀ ମେଣ୍ତିଲି

0
ବିଧିର ବିଧାନ ଭାବ ଓ ମିଳନ
କପାଳେ ହେଇଛି ଲେଖା,
କେତେବେଳେ କିଏ ଆପଣାର ହୁଏ
କିଏ ଦେଇଯାଏ ଧୋକା.

ଭିଜା ମାଟି ଏଠି ମରୁଭୂମି ସାଜେ
ଶୁଷ୍କ ତରୁ ଲତା ଦ୍ରୁମ,
ନିଦାଘ ଯୌବନେ ପ୍ରୀତି ଅନ୍ୱେଷଣେ
ତୁଛ୍ଛା ଲାଗେ ଏଇ ପ୍ରେମ.

ଅଜଣା ଏଇଠି ସାଜଇ ଗହଣା
ପର ତ ହୁଏ ଆପଣା,
ହାଏରେ ଦଇବ ଅନ୍ତେ ଆଘାତିବ
ଅସହ୍ୟ ଏଇ ଯଂତ୍ରଣା

 

ରଚନା : ସୁଶ୍ରୀ ମିନତି ମୟୀ ମେଣ୍ତିଲି

ଠିକଣା : ଗ୍ରା/ପୋ‐କେନଝିରିଆ ପାଲି,ବୀ.ମା.ପୁର,ସୋନପୁର ଦୂରଭାଷ :

Post a Comment

0Comments
Post a Comment (0)