ଛ ଖଣ୍ଡି କାଠରେ ବୁହାହୋଇ ଯେବେ
ଯିବି ମୁଁ ମଶାଣି ଭୂଇଁ,
ସେତିକି ବେଳେ ତ ଆମ ସ୍ମୃତି ସବୁ
ଢାଙ୍କିବୁ ମୋ ପରେ ନେଇ,
ଧନ୍ୟ ହୋଇଯିବି ଭାବି ମୁଁ ଏକଥା
ଏବେବି ଭୁଲିନୁ ତୁହି।
ଭାବିବି ସେ ପୁରେ ଆମ ପ୍ରେମ ଦିନେ
 ଯିବ ଇତିହାସ ହୋଇ।

ପ୍ରଣତି ମହାପାତ୍ର
ବାଲେଶ୍ଵର