କିଏ ଗଢିଲା ଏ ଟଙ୍କାର ଦୁନିଆ
ଗଢିଲା ଲୋଭ ଲାଳସା ।
ଖଣ୍ଡେ କାଗଜରେ ଦେଶଦୁନିଆ ଟା
କିଣି ଥାଏ ନେଇ ଆଶା ॥

ଟଙ୍କା ସିନା କିଣେ ଘର ବଙ୍ଗଳାକୁ
ଖୁସି ପରିବାର ନୁହେଁ ।
ବିଳାସର ଶେଯ କିଣିଥାଏ ସେଠି,
ସୁଖ ନିଦ୍ରା ହଜିଯାଏ ॥

ନାନା ରକମର ବହି କିଣେ ଟଙ୍କା
ଜ୍ଞାନ ଚତୁରତା କାଢି ।
ଦାମୀ ଦାମୀ ମୂଲ୍ୟ ଘଡ଼ି ସେ କିଣଇ
ସମୟ ମୋଡ଼କୁ ଛାଡ଼ି ॥

ମନଲାଗି ବନ୍ଧୁ କିଣିଥାଏ ବାଛି
ପ୍ରେମ କୁ ହରାଇ ଦିଏ ।
ଜନମ ଶିଶୁ କୁ କିଣିଥାଏ ସିନା
ଜୀବନଟା ତାର ନୁହେଁ॥

କେତେଦିନ ଆଉ ଚାଲିବ ଏମିତି
ଟଙ୍କାର ରାଜୁତି ନିତି ।
ଲୋଭ, ପ୍ରେମ,ମୋହ ଦୂରେଇ ଆଣିଲେ
ସଂସାର ପାରିବ ଜିତି ॥

ରଚନା : ଆଶ୍ରିତ୍ ମହାପାତ୍ର

ଠିକଣା : ଟାଙ୍ଗି, ଖୋର୍ଦ୍ଧା ଦୂରଭାଷ : ୯୭୭୮୮୦୮୩୩୦