ଦିନ ବଦଳେ
ବଦଳେ ସପ୍ତାହ ଓ ମାସ
କ୍ଯାଲେଣ୍ଡର ପୄଷ୍ଠା ବଦଳେ
ବାରମାସ ବିତିଗଲେ ବଦଳେ ବରଷ ।୧।

କିଏ କହେ ବଦଳେ ଦୁନିଆ
କିଏ କହେ ବଦଳୁଛି ଯୁଗ
ମତେ ଲାଗେ ବଦଳୁଛି ନିଜେ
ମୋ ଆଚାର ବିଚାର ଓ ଢଙ୍ଗ ।୨।

ସଂପର୍କ ଯୋଡିବା ପାଇଁ
ଛାଡିଚି ମୁଁ ଅହଂ
ଏକାକୀତ୍ବର ଜ୍ବାଳା ଯେ ଅସହ୍ୟ
ଯାହା ଦେଇଛ ଈଶ୍ୱର
ତାହା ପାଇ ଖୁସି
ଯାହା ନାହିଁ, ନଦିଅ
ଲୋଡାନାହିଁ କିଛି ।୩।

ଅନ୍ଯକୁ ଭଲ ପାଇବାକୁ
କଲିଣି ଆରଂଭ
ପାଇବାର ଆଶା ମୁଁ ରଖିନି
କି ଦେବି ଭାବୁଛି
ଛଳନା ପ୍ରତାରଣା କରୁଛି ନୀରବ
ପୂରୁବ ପ୍ରାରବ୍ଧ ନା ଏବେର ପାପ
ମନେମନେ ଗଣିତ କଷୁଛି ।୪।

ନ ହେଉ ପଛକେ ମନଲୋଭା
ମୋ ସୌଷ୍ଠବ
ଲୋଭନୀୟ ବେଶ ପରିପାଟୀ
ଉଦାର ହୄଦୟେ କରେ
ଅନ୍ଯର ପ୍ରଶଂସା 
ଉତ୍ତମ ବ୍ଯକ୍ତିତ୍ବ ପରା
ଶ୍ରେଷ୍ଠ ମାପକାଠି ।୫।

କେହି କେବେ କଲେ ଅଣଦେଖା
ତା'ଠାରୁ ମୁଁ ଯାଉଛି ଦୂରେଇ
ପାରଙ୍ଗମ ନହେଲେ ବି
ଅକ୍ଷମ ମୁଁ ନୁହେଁ
ଅବୁଝା ମନଟାକୁ
ଦିଏ ତ ବୁଝାଇ ।୬।

ଅନ୍ଯର ଭୁଲ ଖୋଜିବା ସୁଧାରିବା
ଜାଣିଲିଣି ନୁହେଁ ମୋର କାମ
ଜୀବନର ପୂର୍ଣ୍ଣତା ଅପେକ୍ଷା ଅଧିକ
କରୁଛି ମୁଁ ଶାନ୍ତିର ସଂଧାନ ।୭।

ସତରେ ସଲିଳ କ'ଣ
ଗଲାଣି ବଦଳି 
ପୄଥିବୀର ଭାର ନାହିଁ ତା ମୁଣ୍ଡରେ
ନିଜକୁ କାହିଁକି ଏତେ
ପାଉଛି ସେ ଭଲ
ଦରପଣେ ମୁହଁ ଦେଖି
ନିଜକୁ ପଚାରେ ।୮।

ସଲିଳ କୁମାର ସ୍ବାଇଁ, ଶିକ୍ଷକ
ମଂଗଳାଯୋଡି, ଟାଂଗି, ଖୋରଧା